STORYMIRROR

Biswajit Sahoo

Classics Inspirational Others

3  

Biswajit Sahoo

Classics Inspirational Others

ପାଗଳର ପ୍ରଳାପ

ପାଗଳର ପ୍ରଳାପ

1 min
280

ହଁ, ମୁଁ ନିଜ ଇଚ୍ଛାରେ ଆଦରି ନେଇଛି,

ଏଇ ଅନ୍ଧାର କୋଠରୀ,

ଏଇ ନୀରବତା,

ଏଇ ନିଶ୍ଚଳତା...

ଦିନେ ମୋର ବି ଇଚ୍ଛା ଥିଲା,

ଦେଖିବାକୁ ସ୍ବପ୍ନର ଇନ୍ଦ୍ରଧନୁ,

ଶୁଣିବାକୁ ପକ୍ଷୀଙ୍କ କୋଳାହଳ,

ହେଲେ ସବୁ ସ୍ବପ୍ନ ଆଜି ଧୂଳିସାତ,

ସବୁ ଆଶା ଆଜି ମୃତ..

ଏବେ କେବଳ ସାଥୀ,

ଏଇ ଅନ୍ଧାର କୋଠରୀ,

ଯେଉଁଠି କେବଳ ମୁଁ,

ଏବଂ ମୋ ଅତୀତର ଧ୍ବଂସ ସ୍ତୁପ

ହଁ, ସମସ୍ତେ କହି ପାରନ୍ତି ମୁଁ ପାଗଳ,

ମୋତେ ପାଗଳ କରିବାରେ,

ସେମାନଙ୍କ ସଂପୃକ୍ତିକୁ କ'ଣ ସେମାନେ ,

ସ୍ବୀକାର କରିପାରିବେ ସର୍ବସମ୍ମୁଖରେ ?

ଯାହାର ପ୍ରତ୍ୟୁତ୍ତର କେବଳ 'ନା' ।

କିନ୍ତୁ ଏବେବି ଅପେକ୍ଷା କେବେ ଖୋଲିଯିବ,

ଉପରର ଭଦ୍ରମୁଖା,

ଆଉ ପଦାରେ ପଡ଼ିବ,

ଦୋଷୀଙ୍କ ଅସଲ ଚେହେରା...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics