Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ଗୁରୁ

ଗୁରୁ

1 min
150



 ଗୁରୁ ଦିବସରେ ଗୁରୁଙ୍କ ପୟରେ

             ବିନମ୍ର ପ୍ରଣତି ମୋର,

 ଜ୍ଞାତଅଜ୍ଞାତରେ ଭୁଲ ହୋଇଥିଲେ

             ସହୃଦୟେ କ୍ଷମାକର ।

 ଗୁରୁବ୍ରହ୍ମା ଆଉ ଗୁରୁବିଷ୍ଣୁ ପୁଣି

             ଗୁରୁଦେବ ମହେଶ୍ବର,

 ସୃଷ୍ଟି ରଚନା ଓ ପାଳନ ସହିତେ

             ସଂହାରର ସମାହାର ।

 ଗୁରୁ ଶବଦରେ ଅଛି କି କୁହୁକ

             ପାରେନାହିଁ ଜାଣି ମୁହିଁ,

 ଶ୍ରବଣ ମାତ୍ରକେ ସେ ପାଦଯୁଗଳେ

             ଯାଇଥାଏ ମଥା ନଇଁ ।

 ଚଳନ୍ତି ଠାକୁର ଜ୍ଞାନର ସାଗର

             ଗୁରୁ ନୁହନ୍ତିରେ ନର,

 ଅଜ୍ଞାନ ତିମିର ଜୀବନୁ ଆମର

             କରିଥାନ୍ତି ସିଏ ଦୃୂର ।

 ଗୀତାରେ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ

             ଦେଇଛନ୍ତି ସଦଜ୍ଞାନ,

 ଗୁରୁଙ୍କ ବିହୁନେ ମିଳେ ନାହିଁ କେବେ

             ଜୀବନରେ ଦିବ୍ୟଜ୍ଞାନ ।

 ଜ୍ଞାନର ଆଲୋକେ ଜୀବନକୁ ଆମ

             କରନ୍ତି ଆଲୋକମୟ,

 ଜୀବନଯାତ୍ରାରେ ହୁଅ ଅଗ୍ରସର

             ତାଙ୍କ ପାଦେ ରଖି ଲୟ ।

      



Rate this content
Log in

Similar oriya poem from Abstract