Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ନାରୀର କାହାଣୀ

ନାରୀର କାହାଣୀ

1 min
5



ଝିଅଟିଏ ହୋଇ ଜନ୍ମ ନେଇଥିଲି

ଲଷ୍ମୀ ସାଜିଥିଲି ଘରର 

ବାପାଙ୍କର ପରି ହୋଇଥିଲି

ଅଲିଅଳି ହୋଇ ବୋଉର,,

    ଜେଜେବାପା ଜେଜେମାଙ୍କର

        ଥିଲି ଆଖିର ତାରା

     ଭାଇ ମାନଙ୍କର,

        ହୋଇ ଅପସରା,,

ମାଗିବା ଆଗରୁ ମିଳିଯାଉଥିଲା

ସବୁ କିଛି ହାତ ପାଆନ୍ତାରେ 

ଦୁଃଖ, କଷ୍ଟ ଜାଣି ନଥିଲି 

ଲଷ୍ମୀ ହୋଇ ଜନ୍ମିଥିଲି ଘରର,,

      ବୟସର ସ୍ରୋତରେ ବଡ ହୋଇଗଲି

      କୁଳବଧୂ ସାଜିଲି ଆଉ କାହା ଘରର

      ନିଜ ଘର ଦରିଆ ପାଲଟିଲା

      ଶାଶୂଘର ହେଲା ମୋ ନିଜର,,

ଦି' ପଟ ଶଙ୍ଖା ଟୋପାଏ ସିନ୍ଦୂର

ଏ ସବୁ ସ୍ୱାମୀଙ୍କ ନାଆର

ନିଜ ଲୋକ ଦୂରରେ ରହିଲେ

ସ୍ୱାମୀଙ୍କ ପରିବାର ହେଲା ମୋର,,

       ଲଷ୍ମୀ ସାଜିଥିଲି ନିଜ ଘରର

       ବାପା ବୋଉର ପରି

       ଶାଶୁଘରେ ଲଷ୍ମୀ ପୂଜା କରେ

       ସ୍ୱାମୀ ଶଶୁରଙ୍କ ମଙ୍ଗଳ ସ୍ମରି,,

ଝିଅଟିଏ ହୋଇଥିଲି ବାପା ବୋଉର

ବୋହୁ ସାଜିଥିଲି ଶାଶୁ ଶଶୁରଙ୍କର

ସ୍ତ୍ରୀ ପୁଣି ହୋଇ ସ୍ୱାମୀଙ୍କର

ମାଆ ହୁଏ ଆଜି ପିଲାଙ୍କର,,

        ବାପା ବୋଉ କରୁଥିଲେ ସେବା ମୋହର

        କରେ ଆଜି ମୁଁ ମୋ ପିଲାଙ୍କର

        ଦାୟିତ୍ୱରେ ବାନ୍ଧି, ଛନ୍ଦି ହୋଇ

        ପଂହଁଛେ ଆଜି ପରିଣତର ,,

 ସ୍ତ୍ରୀ ହୋଇଥିଲି ସ୍ୱାମୀଙ୍କର

 ପିଲାଙ୍କର ହୋଇ ମାଆ

 ଝିଅ ହୋଇ ଜନ୍ମ ହୋଇଥିଲି

 ପାଲଟିଲି ଆଜି ଜେଜେ ମାଆ,,

       ନାରୀଜୀବନର କାହାଣୀ ଏଇ

       କେତେ ଯେ ସଂଘର୍ଷ ପୂର୍ଣ୍ଣ 

       ହେଳା କରିବାନି ସନମାନ ଦେବାରେ

       ସେ ଯେ ସନମାନ ର' ହକଦାର !!




Rate this content
Log in

Similar oriya poem from Abstract