ନାରୀ
ନାରୀ
ସୃଷ୍ଟିକାରିଣୀ ସେ ଗର୍ଭେ ଦେଇ ସ୍ଥାନ,
ଜନ୍ମଦାତ୍ରୀ ରୂପେ ଅତୀବ ମହାନ.... ||
ଅମୃତର ଦାନେ ବଞ୍ଚାଇ ଜୀବନ,
ଅମଳିନ ତା'ର ପ୍ରେମ ଚିରନ୍ତନ..... ||
ଏନ୍ତୁଡ଼ିଶାଳର ସିଏ ଏକା ସାଥି,
କେତେ ଯତ୍ନ ଦେଇ ସିଏ ସାଇତିଛି,
କର୍ମ ଏକା ତା'ର ରହିଚି ଯେ ସାକ୍ଷୀ.... ||
ନାରୀର ସମ୍ମାନ, ନାରୀ ର ଜୀବନ,
ରତ୍ନର ସମାନ, ଅତି ମୂଲ୍ୟବାନ..... ||
ମମତାର ମୂର୍ତ୍ତି, କରୁଣାଦାୟିନୀ,
ରୁପରେ ରମଣୀ, ଗୃହ ର ସେ ମଣି.... ||
ଖାଇବା, କହିବା, ଚାଲିବା ସବୁ ଶିଖାଇଛି,
ଅନିଦ୍ରାରେ ରହି ନିଦ୍ରା ସେ ଦେଇଛି,
ଅଳି, ଅଝଟକୁ ସବୁ ସେ ସହିଛି,
ସହିଷ୍ଣୁତା ତା'ର ଶୀର୍ଷକୁ ଛୁଇଁଚି....... ||
ହାରିବା, ପାଇବା କେବେ ମାପିନାହିଁ
ବୃକ୍ଷ ସମ ସେତ ଦେଇଥାଏ ଛାଇ,
ଆଶୀର୍ବାଦ ପଣତରେ ରଖିଚି ଘୋଡାଇ
ଆପଣାକୁ ଅଭିଶପ୍ତ କେବେ କହିନାଇଁ... ||
ଅସ୍ଥିରତା, ଗ୍ଲାନି ର କଣ୍ଟା ରେ ହୋଇ କ୍ରୁଶବିଦ୍ଧ
ତଥାପି ସେ ରହିଥାଏ ନୀରବ, ନିଶବ୍ଦ..... ||
ମାନ, ଅପମାନକୁ ମୁଣ୍ଡତଳେ ଥୋଇ
ଜଳି, ଜଳି କୋଳେଇ ନିଏ ନିଦ୍ରାକୁ
ମିଛେ ଶୋଇରହି..................... ||
ଜନନୀ, ଭଗିନୀ, ଜାୟା ରୂପରେ ଯେ ନାରୀ
ସ୍ନେହ, ମମତା, ପ୍ରେମ, ଦୟା, କ୍ଷମାର ପୂଜାରୀ... ||
ଘର, ପରିବାର, ସମାଜ ଲାଗଇ ସ୍ୱର୍ଣ୍ଣିମ
କଲ୍ୟାଣକାରୀ ରୂପରେ ପ୍ରଭୁଙ୍କର ଦାନ,
ନକରିବ କେବେ ତାକୁ ହୀନିମାନ
ନାରୀକରେ ସଭିଙ୍କ ଜୀବନ ପରିପୂର୍ଣ୍ଣ......||