STORYMIRROR

LALIT MOHAN DASH

Abstract Inspirational

4  

LALIT MOHAN DASH

Abstract Inspirational

ସମୟ

ସମୟ

1 min
2


ଅଟକି ଯାଇଛି ସମୟ 

ଖୁବ ଦୌଡିଲା 

ଦୌଡିଲା ଯେ ଦୌଡିଲା   

ଥକି ଗଲା 

ଏବେ ମୋ ପାଖରେ 

ଅଟକି ଗଲା ।।


କଣ ଭାବୁଛନ୍ତି କେମିତି ହେଲା 

ସକାଳୁ ସକାଳୁ ବେଲ ପତ୍ର 

ତୁଳସୀ ପତ୍ର ଖାଉଛି       

ଶୀତ ଛଡେଇବାକୁ 

ଫୁଙ୍ଗୁଳା ଦେହରେ ଖରାରେ ବସୁଛି 

ଗରମ ହେଲେ 

ଝରଣା ପାଣିରେ ଗାଧୋଇ ପଡୁଛି 

ଶୋଷ ହେଲେ ମାଠିଆରୁ 

ପାଣି ପିଉଚି

ଚାଳ ଘରେ ରହୁଛି    

ଯିଏ କରୁଛି ସିଏ ଜାଣିଚି 

ସମୟ କାହିଁକି ଅଟକି ଯାଇଛି ।।    


ବର୍ଷାରେ ମନଭରି ଭିଯୁଛି 

ଗାଁ ପୋଖରୀରୁ ମାଛ ଧରି ଖାଉଛି 

ଗାଁ ଗୋହିରିରୁ ଧାନ କାଟୁଚି 

ବାଡ଼ି ବାଇଗଣ, ଲଙ୍କା, ଶାଗ 

ନିତିଦିନିଆ ଖାଇବା ଚାଲିଛି 

ଯିଏ ଖାଇଛି ସିଏ ଜାଣିଚି 

ସମୟ କାହିଁକି ଅଟକି ଯାଇଛି ।।         


ମୋ ଗାଈ କ୍ଷୀର 

ସବୁଠୁଁ ମଧୁର 

ଚୁଡା ରେ କ୍ଷୀର 

ଭାତରେ କ୍ଷୀର 

ପୀଠାରେ କ୍ଷୀର 

କଖାରୁ ରାଇ ରେ କ୍ଷୀର 

ମାଟି ହାଣ୍ଡିରେ ରାନ୍ଧୁଚି    

ଯିଏ ଚାଖିଚି ସିଏ ଜାଣିଚି 

ସମୟ କାହିଁକି ଅଟକି ଯାଇଛି ।।


ଏବେବି ସାଇକେଲ ଚାଲିଛି 

ବସ ରେ ଧକା ଖାଇ ଯାଉଛି 

ଝୁମ୍ପୁଡି ହୋଟେଲ ରୁ ଖାଉଛି 

ଘର ପାଣି ସରିଗଲେ 

ନଳ ପାଣି ପିଉଚି 

ସଞ୍ଜବେଳେ ମନ୍ଦିର ପିଣ୍ଡାରେ 

ଘଡ଼ିଏ ଦିଘଡି କାଟୁଚି 

ଯିଏ ଦେଖୁଚି ସିଏ କହୁଛି 

ସମୟ ଏଠି ଅଟକି ଯାଇଛି 


ସାଙ୍ଗସାଥିରେ ସମୟ କାଟୁଚି 

ଭୋଜି ଭାତର ଆଶର ଚାଲୁଚି 

ହସଖୁସିର ପସରା ମେଳୁଛି 

ଦୁଃଖ ନାହିଁ ସୁଖ ବଣ୍ଟା ଚାଲିଛି 

ନାଚ ଗୀତ ବି ଚାଲିଛି   

ଯିଏ ମିଶିଛି ସିଏ ଜାଣିଚି 

ସମୟ କାହିଁକି ଅଟକି ଯାଇଛି ।।



Rate this content
Log in

Similar oriya poem from Abstract