ଚନ୍ଦ୍ର ପୃଷ୍ଠରେ ମାନବ
ଚନ୍ଦ୍ର ପୃଷ୍ଠରେ ମାନବ
ଆଜିର ବିଜ୍ଞାନ ବଳରେ ମାନବ
ଅସାଧ୍ୟ କୁ କରେ ସହଜେ ସେତ
କାହିଁ କେତେଦୂରେ ରହିଛି ଚନ୍ଦ୍ରମା
ପହଂଚି ଗଲାଣି ଥୋଇକି ପାଦ ll
କେତେ ଉପଗ୍ରହ ଛାଡି ମହାକାଶେ
ଆଶ୍ଚର୍ଯ୍ୟ କରଇ ଜ୍ଞାନର ବଳେ
ତଥ୍ୟ ଗୋଟାଉଛି ପରୀକ୍ଷା କରୁଛି
ଜୀବସତ୍ତା ଖୋଜେ ଚନ୍ଦ୍ରମା କୋଳେ ll
ମା କୋଳେ ଶିଶୁ ଦେଖି ଜହ୍ନ ମାମୁଁ
ଖୁସିରେ ତାହାକୁ ହାତରେ ଠାରେ
ଜହ୍ନ ମାମୁଁ ଘର ଅଟଇ ସୁନ୍ଦର
ନିଶ୍ଚେ ବୁଲି ଯିବ ଭବିଷ୍ୟତରେ ll
ନିଲ ଆର୍ମଷ୍ଟ୍ରଙ୍ଗ ମହାକାଶଚାରୀ
ଚନ୍ଦ୍ରରେ ଥାପିଲେ ପ୍ରଥମ ପାଦ
ଆପୋଲୋ ଯାନରେ ବୁଲି ଯାଇଥିଲେ
ଚନ୍ଦ୍ର ଅଭିଯାନେ ବିଶ୍ୱ ଚକିତ ll
ଆମେରିକା, ଚୀନ, ରୁଷିଆ, ଭାରତ
ଚନ୍ଦ୍ର ଅଭିଯାନ କରି ସାଧନା
ନୂଆ ନୂଆ ସତ୍ୟ ହୁଏ ଆବିଷ୍କାର
ବସବାସ ପାଇଁ କରେ ଯୋଜନା ll
କଳ୍ପନା ଚାୱଲା ଭାରତୀୟ ନାରୀ
ମହାକାଶ ଯାଇ ରଚିଲେ ଗର୍ବ
ଏବେ ଚନ୍ଦ୍ରଯାନ କରେ ପ୍ରଦକ୍ଷଣ
ରହି ଚନ୍ଦ୍ର ପୃଷ୍ଠେ ଫଟୋ ଛାଡିବ ll