Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଧରିତ୍ରୀ ଧରିଛି ଧର୍ମ ନିକିତି

ଧରିତ୍ରୀ ଧରିଛି ଧର୍ମ ନିକିତି

1 min
7



ଧରିତ୍ରୀ ଧରିଛି ଧରମ ନିକିତି

ଆମରି ମାନଙ୍କ ପାଇଁ,

ଯେତେ ଉଜାଡ଼ିବା ପ୍ରକୃତି ତାହାର 

ସେତେ କଷ୍ଟ ଭୋଗ ହୋଇ l

ଗଛ ସବୁ କାଟି ଖଣି ଖାଦାନ କୁ

କରୁଛନ୍ତି ଆମେ ଲୁଟ,

ସେପାଇଁ ଯେତେକ ସୁନାମୀ ଭୁକମ୍ପ

କରୁଛି ଜଗତ ନଷ୍ଟ l

ଧରିତ୍ରୀ ଆମର ଜନନୀ ଅଟଇ

ବୃକ୍ଷ ତା ସବୁଜ କାନି,

କାହିଁକି ତାହାକୁ କରୁଅଛ ନଷ୍ଟ

ସବୁ କିଛି ଜାଣି ଶୁଣି l

ବେଢାଇ ରଖିଛି ସବୁଜ ପ୍ରକୃତି

ମାଆ ର କାନିଟି ପରି,

ନଷ୍ଟ କଳେ ତାକୁ କାହୁଁବା ପାଇବା

ଶୀତଳ ଛାୟା ତା ସରି l

ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ନେଇ

ଅମ୍ଳଜାନ ଦାନ କରେ,

ଧରିତ୍ରୀ ମାତା ର ଅବଦାନ ଯେତେ

ସୁଝିକି ପାରିବା ଥରେ l

ସଜାଡି ରଖିଛି ଆମରି ହିତରେ

ଯେତେ ସବୁ ଦରକାରୀ,

ସନ୍ତୁଳନ ଯଦି ବିଗାଡିଵା ଆମେ

ଆଣିଵା ପ୍ରଳୟ ବରି l

ଯାହା କରିଥିଵା ତାହାହିଁ ଭୋଗିବା

ଏହାତ ଅଟଇ ସତ୍ୟ,

ସୁଧୁରିଯାଅରେ ମାନବ ସମାଜ

ହୃଦେ ଚିନ୍ତି ଏହା ହିତ ll



Rate this content
Log in

Similar oriya poem from Abstract