STORYMIRROR

Trushna Das

Abstract Inspirational Others

3  

Trushna Das

Abstract Inspirational Others

ଜୀବନଟା ଏଇଠି ନାଆ ପରି

ଜୀବନଟା ଏଇଠି ନାଆ ପରି

1 min
249

ଜୀବନଟା ଏଇଠି ନାଆ ପରି

ମହ ମାୟାରେ ଭାସି ବୁଲଇ

କେତେବେଳେ ଆନ୍ଦନରେ ଭାସଇ

ତ ପୁଣି କେତେବେଳେ ଦୁଃଖ ଭଉଁରୀ ରେ ବୁଡଇ।।


ଜୀବନଟା ଏଇଠି ନାଆ ପରି 

ନାଉରୀ ଅଦୃଶ୍ୟ ଏଇଠି

କାତ କଣ ବା କହିବି

ସେ ତ ଅଛି ସେଇ ଅଦୃଶ୍ୟ ନାଉରୀ ପାଖରେ ହୋଇ ଅଦୃଶ୍ୟ।


କାତ କଥା କହିବି ବା କଣ ଯେ

ଖେଳୁ ଥାଏ ତାହା ଖୁସିର ଜୁଆରେ

ଆସିଲେ ଦୁଃଖ ର ଝଡ

ହୁଏ ତାହା ଟଳମଳ 

ବେଳେ ଯାଏ ସେ ହଜି

ହେଲେ ପୁଣି ସେ ବାହାରି ଆସେ ଜିତି।


ଜୀବନଟା ଏଇଠି ନାଆ ପରି

ସମୟ ସହ ଚାଳି ଥାଏ ଗୀତ ଗାଇ 

ହସ ଖୁସିରେ ଝୁଲି ଝୁଲି 

ଅଦୃଶ୍ୟ ଶକ୍ତିର ହାତ ଧରି।


ଜୀବନଟା ଏମିତି ଏକ ନାଆ

ଯାହା ପ୍ରେମରେ ବନ୍ଧା 

ଯେଉଁଥିରେ ସମ୍ପର୍କ ହୋଇ ଥାଏ ମୂଳଦୁଆ 

ସ୍ରୋତ ହୋଇ ଥାଏ ଭାବନା।


ଜୀବନଟା ଏମିତି ଏକ ନାଆଟିଏ

ଯାହାର ଆରମ୍ଭ ଜନ୍ମରେ

ଶେଷ ସ୍ଥାନ ମୃତ୍ୟୁରେ

ତଥାପି ସବୁ ବନ୍ଧା ମହ ମାୟାରେ।


ଜୀବନଟା ଏମିତି ଏକ ନାଆ 

ଯିଏ ଅନ୍ୟ ଉପରେ କରି ଥାଏ ଆଶ୍ରା

ଲକ୍ଷ୍ୟ ପଥରେ ଏକା ବଢି ପାରେ ନା

ସାଙ୍ଗ ହୋଇ ଚାଲି ଥାଏ ସେ ପରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract