STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ହେ ଗୁରୁ ତୁମେ ...

ହେ ଗୁରୁ ତୁମେ ...

1 min
453

ତୁମେ ଜୀବନ ବୃକ୍ଷର ଉର୍ବର ମୃତ୍ତିକା

ଧରି ଥାଅ ଦୃଢ଼ କରି,

ତୁମ ଜ୍ଞାନ ଓ ଶାସନ ପ୍ରତି ସୋପାନରେ

ଆଲୋକ ଦିଏ ବିଛାଡ଼ି।


ତୁମେ ଧ୍ରୁବ ତାରା ସମ ଦିଶା ପ୍ରଦର୍ଶକ

ବାଟ ହୁଡ଼ି ଗଲେ ସାହା,

ତୁମେ ଅଦେଖାରେ ଥାଇ ବିବେକ ଉହାଡୁ

ଦେଖାଅ ଜୀବନ ରାହା।


ତୁମେ ସୂର୍ଯ୍ୟ ସମ ଅଗ୍ନିଦୀପ୍ତ ତମୋହର

ଅଜ୍ଞାନ ତିମିର ନାଶି,

ଦିଅ ଅଯାଚିତ ଭାବେ ନିଜ ଭଣ୍ଡାରରୁ

ଶିକ୍ଷାର ଜ୍ୟୋତି ପ୍ରକାଶି।


ତୁମେ ବୟସର ସବୁ ଋତୁଚକ୍ରେ ଥାଅ

ପ୍ରେରଣାର ସ୍ରୋତ ହୋଇ,

ତୁମ ଶୁଭାଶିଷ ଭରା ହସ୍ତ ନଭ ସମ

ମଥା ପରେ ଥାଏ ରହି।


ତୁମେ ପିତା ମାତା ପରେ ସାକ୍ଷାତ ଈଶ୍ୱର

ଜୀବନର ଅନ୍ତରାଳେ,

ତୁମ ମଙ୍ଗଳ ଦାୟକ କଟୁ ଉପଦେଶ

ମନେ ପଡ଼େ ସବୁବେଳେ। 


ତୁମେ ଖୋଲିଦିଅ ଶତ ସନ୍ଦେହ ଶୃଙ୍ଖଳ

ଜ୍ଞାନ ପଥେ ଯେତେ ଆସେ,

ପ୍ରଶ୍ନିଳ ଆକାଶେ ନବ ସୂର୍ଯ୍ୟ ସମ

ତୁମ ସମାଧାନ ଉଇଁ ଆସେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract