Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସ୍ୱପ୍ନ

ସ୍ୱପ୍ନ

1 min
361


ରୁଦ୍ଧ ଚେତନାର ଦିଗନ୍ତକୁ ଚିରି

ମୋର ରିକ୍ତ ହୃଦାକାଶ ପୃଷ୍ଠ ପୁର୍ଣ କରି,

ତୁମେ ଲାସ୍ୟମୟୀ ଆସ ଧୀରେ ଅବତରି

ଆପଣା ପଣରେ ନିଅ ମୋତେ ବରି। 


ଅନ୍ଧାରୀ ଜୀବନେ ତୁମ ଜ୍ୟୋତି ଭରି

ବଞ୍ଚିବାର ନବ ଆଶା ଦିଅ ଭରି,

ଆନନ୍ଦ ବିଧୁର ଚିତ୍ତ ତଟିନୀରେ

ସ୍ୱପ୍ନ ତୁମେ ମୋର ରାଜକୁମାରୀ। 


ନିଦ୍ରିତ ନୟନ ଗୋପନ ଅଞ୍ଚଳେ

ତୁମ ଆକାଂକ୍ଷିତ ସ୍ମୃତି ଧୀରେ ଦୋଳେ,

ମୁଦିତ ଚକ୍ଷୁର କଳ୍ପନା ଦୃଷ୍ଟିରେ

ତୁମେ ଉଇଁ ଆସ ସମ୍ଭାବନା ପୂର୍ବାଚଳେ।


ଆସ ତୁମେ ଘନ ଅନ୍ଧକାର ପଥେ

ଅପସରି ଯାଅ ପୁଣି କୃଷ୍ଣ ରଥେ,

ବିଞ୍ଚି ଦେଇ ଯାଅ ଆଲୋକର ବାର୍ତ୍ତା

ପ୍ରେରଣାର ଏକ ଉତ୍ସ ହୋଇ ସତେ। 


ତୁମେ ହେ ଜୀବନ ମୋହିନୀ ଗୋ ଶୁଣ

ତୁମ ବିନା ଦିବା ରାତ୍ର ଏଠି ଶୁନ୍ୟ,

ହୁଅ ପଛେ ଇନ୍ଦ୍ରଜାଲର ଛଳନା

ଚେତନା ସେପାଖେ ତୁମେ ନବ ଜୀବନ। 


Rate this content
Log in

Similar oriya poem from Abstract