STORYMIRROR

Sunanda Mohanty

Abstract Inspirational

3  

Sunanda Mohanty

Abstract Inspirational

ମନକଥା

ମନକଥା

1 min
213

ମରିବା ଆଗରୁ କହିଯିବି 

ଜୀବନର ଦୁଇପଦ 

ନିଜ ଭିତରେ ନିଜକୁ ହଜାଇ 

ଜୀବନରେ ମିଳେ ସ୍ୱାଦ 

ମରିବା ଆଗରୁ ଲେଖିଯିବି 

ଅନୁଭୂତି ଦୁଇ ପଦ 

ଉପଦେଶ ଯିଏ ନେମାଗୁଛି 

ତାକୁ ଦେଇ ନାହିଁ ଲାଭ 

ମରିବା ଆଗରୁ ଶୋଇଯିବି 

ସ୍ବପ୍ନ ଦେଖି ଉବୁଟୁବ

ସେ ସ୍ବପ୍ନରେ ଯେତେ ଶବ୍ଦର ପାହାଡ଼ 

ମାଗିନେବି ରଖିବାକୁ ସଦ୍ଭାବ 

ମରିବା ଆଗରୁ ଗଢିନେବି 

କୋଣାର୍କ ରୂପୀ ଅବ୍ଦ 

ଧରମା ଯେଉଁଠି ନଥିବ 

ସ୍ମୃତି ନଈରେ ଚହଲା ଶବ୍ଦ 

ମରିବା ଆଗରୁ ତୋଳିନେବି 

ନୀଳକଇଁ ପ୍ରେମାସ୍ପଦ 

ଜହ୍ନ ହୋଇ ଉଇଁ ନିଜ ଆକାଶେ 

ବିଛାଇବି ଜୋତ୍ସନା ପ୍ରତିଶବ୍ଦ 

ମରିବା ଆଗରୁ ଥରେ ଧରିନେବି 

ଜାତୀୟ ପତାକା ମୁଁ ଜରଦଗବ 

କହିବି ଜୟ ମୋଦେଶ ନଈ ପର୍ବତ ହ୍ରଦ 

ମରିବା ଆଗରୁ ତୋଳିନେବି 

ଗାନ୍ଧୀଙ୍କ ଅହିଁସା ପଦ୍ମ 

ଯେଉଁ ପଦ୍ମବନେ ମନିଷୀମାନେ 

ଇତିହାସେ ରହିଥିବେ ଶହଶ୍ରାବ୍ଦ 

ମରିଗଲା ପରେ ପାଉଁଶ ରୂପରେ 

ଉଡି କରୁଥିବି ନାଦ 

ଜୟ ଯବାନ ଜୟ କିଷାନ 

ଏ ଦୁଇ ଶବ୍ଦ ଓ ଦେଶ ଜାତି ଜିନ୍ଦାବାଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract