STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ପ୍ରତିଧ୍ୱନି

ପ୍ରତିଧ୍ୱନି

1 min
329

ଧ୍ୱନି ଏବେ ତରଙ୍ଗାଇତ

ପ୍ରତିଧ୍ୱନିଟିଏ

ଘୃଣାର ପ୍ରତିଦାନ ଘୃଣା

ଭଲପାଇବାର ପ୍ରତିଦାନ

କିନ୍ତୁ ସ୍ନେହ, ପ୍ରେମ

କାହିଁକି ଯେ ନୁହେଁ

ଧ୍ଵନି ଏବେ ପ୍ରତିଧ୍ୱନି

ଦୂଷିତ ଏବେ କାହିଁକି ଧ୍ୱନି ପ୍ରତିଧ୍ୱନି

ଆଉ ଉପସ୍ଥିତ ପରିପ୍ରେକ୍ଷୀରେ

ପ୍ରତିଟି ବାତାବରଣ

ଖାଲି ଅସତ୍ୟର

ପ୍ରତିଧ୍ୱନି

ଯଦି ଅସତ୍ୟ ହୁଏ

ସତ୍ୟର ପ୍ରତିଧ୍ୱନି

କାହିଁକି ସତ୍ୟ ନୁହେଁ

ଜୀବନ ଲାଗେ ସତେ ଯେମିତି

ତରଙ୍ଗାୟିତ ଢେଉଟିଏ

ମୁଣ୍ଡପିଟୁଥାଏ ବେଳାଭୂମିରେ

ଶୂନ୍ୟତା ଲାଗେ ବେଳେ ବେଳେ ଜୀବନଟା

ଏହି ମହାଶୂନ୍ୟ ଭିତରେ

ଧ୍ୱନି, ପ୍ରତିଧ୍ୱନି ଯଦି ଏକା ଭଳି ନ ହୁଏ

ସେତେବେଳେ ଅବାସ୍ତବ ଲାଗେ

ହଜିଯାଏ ବାସ୍ତବତା

ଅବାସ୍ତବତାର ଦୂଷିତ ବାତାବରଣରେ

ସୁନ୍ଦର ସୁପରିକଳ୍ପନା ବି ଠୋକର ଖାଏ

ଜୀବନ ଚର୍ଯ୍ୟା ଉପରେ ବି କୁଠାରଘାତ ହୁଏ

କ୍ଷଣଭଙ୍ଗୁର ଜୀବନଟା ବି ଅନନ୍ତ ଅସୀମ ଭଳି

ପ୍ରତୀୟମାନ ହୁଏ

ଅନନ୍ତ ଅସୀମ

ଯନ୍ତ୍ରଣାର

ଗୋପନୀୟତାରେ

ଶୁଣିଥିଲି ପୃଥିବୀ ସୁନ୍ଦର ବୋଲି

ବିଶ୍ଵରୂପ ପ୍ରେମସ୍ୱରୂପ ବୋଲି

କିନ୍ତୁ କାହିଁ ସେ ମଧୁମୟ ସତ୍ତା

ସବୁତ ଲାଗେ ଭଙ୍ଗା ତାଜଟିଏ ଭଳି

ହତାଶ ଲାଗେ

ନିରାଶାର ଝଲକ ଖେଳିଯାଏ

ଭଲପାଇବା, ସ୍ନେହ, ପ୍ରେମ

ଆଉ ସତ୍ୟର ପରିପ୍ରକାଶ

ସତେ ଯେମିତି ଏକ ଜଘନ୍ୟ ଅପରାଧ

ଭଳି, କାହିଁକି ଯେ ପ୍ରତୀୟମାନ ହୁଏ ନାର୍ଯ୍ୟ

ଦାବିରୁ ବଂଚିତ ମଣିଷଟିଏକୁ

ଅମଣିଷତ୍ୱର ଦ୍ୱାହିଦେଇ ଅମଣିଷର

ଦରବାଜା ଖଟ ଖଟା ଏ

ସତେ ଯେମିତି ଭାଗ୍ୟର ବିଡମ୍ବନା

ସତେ ଯେମିତି ଭଲ ପାଇବା ସ୍ନେହ କରିବା ପାପ

ଆଉ ସତ କହିବା ଏଠି ଏକ ଜଘନ୍ୟ ଅପରାଧ

ଏକି ବିଚାର

ସଂକଟାପନ୍ନ, ମଣିଷଟିଏ

ଯେବେ ଚିତ୍କାର କରେ ତାର ହକ ପାଇଁ

ପରାସ୍ତ ହୁଏ

ଇଏ କଣ ଶୁଭ ଲକ୍ଷଣ

ଦାନବର, ସମର୍ଥନ, ଆଉ କରତାଳିରେ

ମାନବର ଅସ୍ତିତ୍ୱ ହଜିଯାଏ

ଅସତ୍ୟ ପାଖରେ, ସତ୍ୟ

ପରାଜିତ, ହୁଏ

ଇଏ କି ଶୁଭ ଲକ୍ଷଣ

ଇଏ ବୋଧେ ଧ୍ବଂସର ଲକ୍ଷଣ ଗାର

ସତ୍ୟର ଲକ୍ଷଣ ରେଖା

ଅସତ୍ୟ ଲଙ୍ଘିଲା ପରେ

ସତ୍ୟ ଉପରେ ଅସତ୍ୟ ରାଜ କରେ

ଇଏ କି ଶୁଭ ଲକ୍ଷଣ

ଇଏତ ଧ୍ବଂସର ଲକ୍ଷଣ ଗାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract