ମିଳନ
ମିଳନ
ତମେ ସିନା ଗାଇଦେଲ
ବିରହ ର କବିତା
ତମେ ସିନା ଲେଖିଦେଲ
ଟ୍ରାଜେଡିର କବିତା
ମୁଁ କିନ୍ତୁ ଗାଏ ଏବେ ଗୀତ
ମାଧୁର୍ଯ୍ୟ ର ଲଳିତ୍ୟ ଭରା
ସଂଗୀତ ଟିଏ ମିଳନ ର
ମଧୁର ମୁହୂର୍ତ୍ତ ଟିଏ ହେଉ
ପଛେ ସ୍ୱପ୍ନରେ ନ ହେଉ
ପଛେକେ ବାସ୍ତବ
ମୁଁ ଲେଖେ
ମାଧୁର୍ଯ୍ୟ ଲଳିତ୍ୟ ର
କବିତା, ବେସୁରା ବେତାଳ
ହେଉ ପଛେ ଲାଗେ ମତେ
ସୁରିଲା ସୂରିଲା
ଫୁଲ ଭଳି ବାସ୍ନା ଏବେ ମହକେ
ସବୁଠି, ମୁଁ ଯେବେ ଆଘ୍ରାଣ କରେ
ସେହି ମହକ ବାସ୍ନା
ଫୁଲ ଏକ ବଗିଚା, ମନ ଏକ ମନ୍ଦିର
ହୃଦୟ ମୋର ଦର୍ପଣ
ଜୀଵନ ମୋର ପ୍ରଗଲଭା ନଈଟିଏ
ମୁଁ ବାଟବଣା ମଣିଷଟିଏ ମୁଁ
ଦିଗନ୍ତ ଖୋଜେ, ଯେବେ ସ୍ମୃତିର
ସେ ଗହନ ବନରେ ବାଟବଣା
ହୁଏ, ଯେବେ ମୋ ମାନସ
ସାଗର ର ସମୁଦ୍ରମନ୍ଥନ ହୁଏ
କଣ ଯେ ଉଦ୍ଧାର ହୁଏ
କିଛି ପୁରୁଣା ସ୍ମୃତି
କଥା ମନେ ପଡେ, ମନେପଡେ
ପିଲାବେଳେ କଥା, ବାଲିଘର
ଖେଳ, ସ୍ମୃତିର କଦମ୍ବ ବନରେ
ମୁଁ ବଂଶୀ ବାଦନ କରେ
ମନ ବି ମୋହେ ଆକର୍ଷିତ ହୁଏ
କିନ୍ତୁ ଆଗ ଭଳି ଉପସଂହାର
ଖୋଜେନା କି ଖୋଜେନା
ପ୍ରାରଂଭ, ଆଦି ଅନ୍ତ ବିହୀନ
ଲାଗେ ସବୁ କିଛି, ଜୀବନଟା
ଯେବେ ପ୍ରାଣ ବିନା ପିଣ୍ଡ ଲାଗେ
ସେତିକିବେଳେ, ମୁଁ ଜୀବନର
ସଂଜ୍ଞା ଖୋଜେ ଠିକଣା
ଠିକଣା ବିନା ବାଟବଣା ହୁଏ
ରାସ୍ତା ସିନା ଭଟକେ
ହେଲେ ସେତିକିବେଳେ ବୁଝିପାରେ
ସଠିକ ରାସ୍ତା ଟା, ଜୀବନର ଅର୍ଥଟା
ପ୍ରାଣଟା କାହିଁକି ନିଷ୍ପ୍ରାଣ ଲାଗେ
ହତାଶ ନୈରାଶ୍ୟ ର ବେଳାଭୂମି
ଲାଗେ, ଆଉ ସେହି ନୈରାଶ୍ୟର
ବେଳାଭୂମିରେ ମୁଁ ଜୀବନକୁ
ଆବିଷ୍କାର କରେ, ଦର୍ପଣ ଭଳି
ପ୍ରତିଫଳନ ଦେଖେ, ଏ ହୃଦୟଟା
ସ୍ପନ୍ଦନ ଭରା ପ୍ରାଣଟା, ପ୍ରତୀକ୍ଷାର
ଭଣ୍ଡାର ଘର ପାଲଟିଯାଏ
ମୁଁ ଖୋଜେ ଏମିତି ଏକ ସକାଳ
ଯେଉଁଠି ମୋ ଛାତିରେ ଆଗଭଳି
ଯନ୍ତ୍ରଣା ଅନୁଭୂତ ହେଉନଥିବ
କି କାହାର ଛଳନା ର ଛୁରିଘାତ
ମତେ ଆଘାତ ଦେଉନଥିବ
କିନ୍ତୁ କାହିଁ ସେ ଯନ୍ତ୍ରଣା ମୁକ୍ତ
ଆକାଶ, ମୁଁ ଏବେବି ପକ୍ଷୀଟିଏ
ଯନ୍ତ୍ରଣା ଭରା ସେ ଅନନ୍ତ ଆକାଶର
ଯନ୍ତ୍ରଣା ମତେ ଆଜିବି ଅନୁଭୂତ ହୁଏ
ଯେବେ ମନକଥା ଲେଖେ ସବୁକିଛି
ଅଧୁରା ଲାଗେ, ପୂର୍ଣ୍ଣତା ଯେବେ ଖୋଜେ
ଏହି ଅପୂର୍ଣ୍ଣ ଜୀବନରେ, ଅଧୁରା ଲାଗେ
ମନର ସେ ରଙ୍ଗୀନ କାଗଜ ଟା ବି
ଫିକା ଲାଗେ, ଜୀବନର ବାସ୍ତବ
ଫୁଲଟା କାଗଜ ଫୁଲ ଲାଗେ
ବାସ୍ତବ ହୃଦୟଟା ବି ପ୍ଲାଷ୍ଟିକ
ହାର୍ଟ ଲାଗେ, ଏସବୁ ଏବେ ମୋର
ନିତ୍ୟ ଚିରନ୍ତନ, କିଛି ଶାଶ୍ୱତ ଲାଗେନା
ହେଲେ ମୁଁ ଅପେକ୍ଷାରେ ଆଉ ଏକ
ସୁନେଲି ସକାଳର, ଯେଉଁଠି
ଯନ୍ତ୍ରଣା ନଥିବ, ଆଗଭଳି ହୃଦୟ
କ୍ଷତ ବିକ୍ଷତ ହେଉନଥିବ
ମୁଁ ଖୋଜେ ଏବେ ସମାଧାନ
ଆଉ ଏକ ସୁନ୍ଦର ସକାଳର
ଯନ୍ତ୍ରଣା ମୁକ୍ତ ଆକାଶର
ରଙ୍ଗୀନ ଦୁନିଆ ର
ସୁନେଲି ସ୍ୱପ୍ନର
ମୁଁ ଚାହେଁନା ଉପସଂହାର
ଚାହେଁନା ପ୍ରାରମ୍ଭ
ଚାହେଁ ଏକ ସୁନ୍ଦର ଜୀଵନ ର
ଯନ୍ତ୍ରଣା ମୁକ୍ତ ଆକାଶ ର...
