STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ସୁନ୍ଦର କରି ଗଢିବା ଦେଶ

ସୁନ୍ଦର କରି ଗଢିବା ଦେଶ

1 min
324

ସୁନ୍ଦର କରି ଆସ ଗଢିବା ଦେଶ

 ହସି ଉଠିବ ଆମ ପରିବାର

  ହସିବ ଭାଇ ଆମ ସମାଜ

   ଆମରି ଦେଶ ଆମ ଏ ବିଶ୍ଵ ।


    ରୋଗ ଶୋକ ସବୁ ଦୂର କରିବା

    ଅନ୍ୟାୟ ଅନୀତି ଦୁର୍ନୀତି ସବୁ

    ଆମ ମନ ହୃଦୟୁ ଦୂରେଇ ଦେବା

    ସକଳ ଜନଙ୍କ ମୁଖେ ଫୁଟାଇବା ହସ

    ସୁଖ ସମୃଦ୍ଧି ରେ କାଟିବା ସଭିଏଁ

     ଆମେ ଆମ ଦିନ ମାସ ବର୍ଷ ।


     ଶୋଷଣ କଷଣ ଧର୍ଷଣ କୁ 

     ସମାଜୁ କରିବା ଦୂର

    ଆମ ମନ ମଧ୍ୟେ ନ ରଖିବା ଚିନ୍ତା

     କେହି ଆମେ ଆପଣା ପର

     ସକଳ ଘଟେ ଦେଖିବା ପ୍ରଭୁ ନାରାୟଣ

     ମୂଳୋତ୍ପାଟନ କରିବା ବିଶ୍ଵୁ

      ଅବିଶ୍ବାସ ର ବାତାବରଣ

     ଭ୍ରାତୃତ୍ଵ ବନ୍ଧନେ ବାନ୍ଧି ହୋଇ

       ଆସ ସଭିଏଁ ମିଶି ଗଢିବା

     ଶାନ୍ତି ମୈତ୍ରୀ ସୁଖ ସମୃଦ୍ଧି ର ବିଶ୍ଵ

     ଯୁଦ୍ଧ, ହିଂସା, ଦ୍ୱେଷ କୁ ଭୁଲି

       ତୁଟାଇବା ଆମ ମଧ୍ୟେ ଥିବା ସଂଘର୍ଷ ।


     ଶିକ୍ଷା, ସ୍ଵାସ୍ଥ୍ୟ କୁ ଆମ ଦେବା ପ୍ରାଧାନ୍ୟ

      କେଉଁ ଜନଙ୍କୁ ଆମେ ନ ମଣିବା ହୀନ

     ଶାମୁକା ଭିତରୁ ମୁକ୍ତା ଖୋଜିବା

      ସୁନ୍ଦର ଦେଶ ବିଶ୍ଵ ଗଠନେ ସର୍ବେ ହଜିବା

       ଯେ ଠାରେ ନ ଥିବ ଭେଦ ଭାବର ବିଷ

       ଭୋକିଲା ଶୁଖିଲା ମୁଖେ ବି ଫୁଟିବ ହସ

     ତ୍ୟାଗପୂତ ମନୋଭାବେ ସଭିଏଁ ଜିଇଁବା ଆସ

      ସୁନ୍ଦର କରି ଆସ ଗଢିବା ଦେଶ ।


      ପରକୁ ଆପଣା କରି ଚଳିବା

       ମାତୃଶକ୍ତି, ମାତୃଭୂମି, ମାତୃଭାଷା ରେ

        ଆମେ ରେ ସରବେ ନିଘା ରଖିବା

       ଗାଁ କୁ କରିବା ସୁନ୍ଦର ସରସ

       ସଭିଙ୍କ ମନେ ଭରିଦେବା ହରଷ

      ନିଜ ସ୍ଵାର୍ଥ ଚିନ୍ତା ତ୍ୟେଜି 

        ପର ପାଇଁ ବଞ୍ଚିବା ଆସ

      ତେବେ ସରସ ସୁନ୍ଦର ହେବ

        ଆମ ଏ ଗାନ୍ଧୀ ଗୋପବନ୍ଧୁ ଙ୍କ ଦେଶ

      ସଭିଏଁ ଆଜି ନେବା ଶପଥ ଆସ

      ସୁନ୍ଦର କରି ଆମେ ଆମ ଗଢିବା ବିଶ୍ଵ

        ସୁନ୍ଦର କରି ଆସ ଗଢିବା ଦେଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract