STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ଚୋରାବାଲି

ଚୋରାବାଲି

1 min
352

କେବେ ବିଶ୍ବାସଘାତର ବିଷ ଦଂଶନରେ 

ପାଦ ହୋଇଯାଏ ସ୍ଥିର,

କେବେ ନିୟତି ନିର୍ଦ୍ଦେଶେ ଜୀବନ ଅଟକେ

ମାଟି ହୁଏ ଟଳମଳ। 


କେବେ ପ୍ରାରବ୍ଧର ଫାଶେ ଛନ୍ଦି ହୋଇଯାଏ

ବର୍ତ୍ତମାନର ମୁହୂର୍ତ୍ତ,

କେବେ ନିଃସଙ୍ଗରେ ପୁଣି କେବେ କୋଳାହଳେ

ହଜିଯାଏ ବହୁ ଚିତ୍ର। 


ଫସିଯାଏ ଦିନ ହସ ସମ୍ମୋହନେ

ମୋହ ବାନ୍ଧିଦିଏ ରାତି,

କାମନାର କୁଟ ଚକ୍ରାନ୍ତରେ ପଡ଼ି

ଆୟୁଷଟା ଯାଏ ବିତି। 


ବୟସ ସୋପାନେ ଏ ଜୀବନ ଗଡ଼େ

କେବେ ଚଢ଼େ କେବେ ପଡ଼େ

ବାକି ରହିଯାଏ ସପନ ସୋପାନ

ଆୟୁଷର ଖିଅ ଛିଡେ। 


ହାସଲ କରିବା ନିଶାରେ ଚୁର୍ ହୋଇ

ଜୀଇଁବା ହେଲାଣି ସ୍ୱପ୍ନ,

ଭବିଷ୍ୟତର ସୁନା ରଙ୍ଗ ପାଇଁ

ବର୍ତ୍ତମାନ ହୁଏ ଚୁର୍ଣ। 


ଏ ପରା ସଂସାର ମୁକ୍ତ ବେଳାଭୂମି

ଚାଲିବାଟା ଏଠି ବାଧ୍ୟ,

କିଏ ଚୋରାବାଲି କିଏ ମରୁବାଲି

ଚିହ୍ନିବା ବଡ଼ ଦୁଃସାଧ୍ୟ। 


ତଥାପି ଚାଲିବା ଜୀବନ ସଂକଳ୍ପ

ଜୀଇଁବାର ମୂଳମନ୍ତ୍ର,

ଚୋରାବାଲି ଗର୍ଭୁ ପାଦ ମୁକୁଳାଇ

ପୁଣି ଖୋଜୁଥିବା ସୂତ୍ର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract