STORYMIRROR

Golak Bihari Sahoo

Abstract

3  

Golak Bihari Sahoo

Abstract

ସମୁଦି ହେ ସମୁଦି

ସମୁଦି ହେ ସମୁଦି

1 min
216

         

କାହାର ମାୟା ଜାଲରେ  

ହୋଇଗଲେ ଆମେ ଫନ୍ଦି । 

ସେ ମାୟାବୀ ମାୟାଧର  

ପୁତ୍ର କନ୍ଯା ଦେଇ ବର

ଭାଗ୍ୟ ଅରଟିରେ ତୋଳୁ  

ଥିଲେ ବନ୍ଧନର ବିଧି,

ଅଜବ ସେ ମାୟା ମନ୍ତ୍ର    

ଆମେ ତ ମଣିଷ ମାତ୍ର

ପୁତ୍ର କନ୍ଯା ଭାଗ୍ଯେ ଦେବା   

ତାଙ୍କର ହୁନ୍ଦର ରୀତି।

ଭାଗ୍ୟବାନ ଭାବି ଆମେ   

ଗଢି କୋଟିନିଧି ଗର୍ବେ

ସ୍ନେହ ଆଦରରେ ଲିପି    

ହୃଦୟେ ରଖିଲେ ବାନ୍ଧି,

ସେ ବନ୍ଧନ କ୍ଷଣସ୍ଥାୟୀ    

ଜାଣିବି ହୋଇଲେ ବାଇ

ମାୟାବୀର ମାୟା ଜାଲେ  

ହୋଇଗଲେ ଆମେ ଛନ୍ଦି। 

ସମ୍ପତ୍ତି ଅର୍ଜନେ ମନ     

ଧନ ଦାନ କଲେ ପୁଣ୍ୟ

ପୁତ୍ର କନ୍ଯା ଦାନ ଦେଇ   

ସମ୍ପର୍କେ ହେଲେ ସମୁଦି,

କନ୍ଯା ରତ୍ନ ପୁତ୍ର ନିଧି    

ଦାନ ଦେବା ନେବା ବିଧି

ଦେଲେକେତେ ନେଲେକେତେ   

ନ ଜାଣି ହୋଇଲେ ବାନ୍ଧି । 

ସମୟର କାଳଚକ୍ର     

ପ୍ରବାହେ ସୁଖ ଓ ଦୁଃଖ

ସୁଖ ଦୁଃଖ ବାଣ୍ଟି ଯିବା    

ଏହିତ ସମ୍ପର୍କ ନୀତି,

ସମୁଦି ହେ ସମୁଦି!

କାହାର ମାୟା ଜାଲରେ   

 ହୋଇଗଲେ ଆମେ ଫନ୍ଦି । 

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract