STORYMIRROR

Golak Bihari Sahoo

Inspirational Others

4  

Golak Bihari Sahoo

Inspirational Others

ଭାବର ଭଗବାନ

ଭାବର ଭଗବାନ

1 min
283

କିଏ ସେହି ଜଗମୋହନ,

ଜଗତ ଜନଙ୍କ ମନେ ବିରାଜନ୍ତି

ଭାବେ ବିନୋଦନ କରନ୍ତି ମନ,

କିଏ ସେହି ଜଗମୋହନ ।। 

ମାନସ ମନ୍ଥନେ କେତେ ରୂପେ ଥାନ୍ତି 

କେବେ କଳାକାହ୍ନୁ ପଦ୍ମଲୋଚନ,

କିଏ ସେହି ଜଗମୋହନ ।। 

ଭାବକୁ ନିକଟ ଅଭାବକୁ ଦୂର

ଭାବର ରସରେ ଧୁଅନ୍ତି ମନ,

କିଏ ସେହି ଜଗମୋହନ ।। 

ଦୀନ ଦୁଃଖୀଜନେ ତାଙ୍କର ଚରଣେ 

ଆଶ୍ରିିିତ ହେବାକୁ କରନ୍ତି ମନ,

କିଏ ସେହି ଜଗମୋହନ ।। 

କିଏ ସେ କମଳା ବିିିଳାସ,

ଜଗତ ଜନଙ୍କ ମନର ମାନସ 

ଦୁଃଖ ଶୋକ ତାପ ହରିବାକୁ ଆସ,

କିଏ ସେ କମଳା ବିିିଳାସ ।। 

ଯୁଗେ ଯୁଗେ ଦୁଷ୍ଟ ଜନଙ୍କ ବିନାଶ 

ଧର୍ମ ସଂସ୍ଥାପନେ ସାଧୁଙ୍କୁ ଆଶ୍ବାସ,

କିଏ ସେ କମଳା ବିଳାସ ।। 

କିଏ ସେହି ଯଶୋଦାବାଳା, 

ଦାରୁବ୍ରହ୍ମେ ଥାଆନ୍ତି ସେ ଚକା ଡୋଳା

ରହସ୍ୟମୟ ଅଟେ ତାଙ୍କର ଲୀଳା,

କିଏ ସେହି ଯଶୋଦା ବାଳା ।।

ଭକତଙ୍କୁ ସିଏ ଡାକନ୍ତି ଆକୁଳେ

କରିବାକୁ ତାଙ୍କର ଲୀଳା ଓ ଖେଳା, 

କିଏ ସେହି ଯଶୋଦାବାଳା ।।

ଭାବ ବିନୋଦିଆ ଭାବ ରସେ ବୋଳା

ହାତ ଟେକିଥାନ୍ତି କରିବାକୁ କୋଳା,

କିଏ ସେହି ଯଶୋଦାବାଳା । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational