Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DEEPALI JENA

Inspirational

3  

DEEPALI JENA

Inspirational

କିଛି

କିଛି

1 min
191


ଖରାବେଳ ଢୁ ଢୁ ଖରାରେ 

ଚାଲୁଥିବା ପଥିକଟେ ମୁଁ 

ତମର ଶୀତଳ ଛାଇରେ ରହିକି ପାରିବି

ବର୍ଷା ଘଡଘଡି ରେ ତିନ୍ତୁଥିବା 

ବୁଲା କୁକୁରଟେ ମୁଁ l

ଆଉ କାହା ଛାତତଳେ ଲୁଚିକି ପାରିବି 

ଭାତହାଣ୍ଡି ରେ ଫୁଟିଥିବା ଚାଉଳ ମୁଁ 

ଥଣ୍ଡା ରେ କିବା ମୋ ଆଶ୍ରୟ l


କଲମ ମୁନରୁ ଝରିପଡୁଥିବା 

କାଳି ଝରଟେ ମୁଁ, 

ପୋଛିନିଅ ମତେ, ରଚ ତମ କାଳଜୟୀ କ୍ରୁତି ,

ବା ବା ସିନା କବିର 

ତୁଛା କାଳି ବୁନ୍ଦାର ଜିବନ ତ

ନିବୁଝ ଡାଏରୀ ଭିତରେ l


ସକାଳ ର ସଜ ଫୁଟା କଢଟିଏ ମୁଁ 

ନେଇମତେ ସମର୍ପଣ କର ତମ ଆରାଧ୍ୟ ପାଖରେ 

ମାଗିନିଅ ମନଇଛା ବର

ତୁମେସିନା ଅମର ହେଇ ରହିବ ସନ୍ସାରେ

ଏ ମଉଳା ଫୁଲତ ଫୋପଡା ହବ

ସୂର୍ଯ୍ୟ ଅସ୍ତ ହେଲେ l



Rate this content
Log in

Similar oriya poem from Inspirational