STORYMIRROR

DEEPALI JENA

Abstract

4  

DEEPALI JENA

Abstract

ପିଲାବେଳ

ପିଲାବେଳ

1 min
254

କୋଉଠୁ ଆରମ୍ଭ କରିବି 

ଏନ୍ତୁଡି ଶାଳରୁ ନା ଗାଁ ନଇ ଗଡିଆରୁ

ଝିପ୍ ଝିପ୍ ବରଷା ପାଣିର ଶୁଅରେ

ଡଙ୍ଗାରେ ଭସେଇ ଦେଲି ମୋ ପିଲା ଦିନକୁ 

ସରିଗଲା କଙ୍କି ଧରା 

ବନିଶିରେ ମାଛ ଧରା

ବେଙ୍ଗୁଲି ରାଣୀର ସାଥେ 

ଲୁଚିଥିଲି ଛତୁ ଛତା ତଳେ 

ଠୁକୁଠୁକୁ ମୋ ଚାଲିର ପାଦ ଚିହ୍ନ କୁ 

ଆଜି ଖୋଜେ ବସି ଚୋରା ବାଲିରେ 

ହଜେଇ ଦେଇଚି ସେ ଦିନ

ରହିଜାଇଚି ଚିହ୍ନ 

ଆଜି ଈର୍ଷା ଲାଗେ ସେ ପିଲାବେଳ

ସାଙ୍ଗ ସାଥି ବୋହୂ ଚୋରି ଖେଳ

ଆକାଶରେ ଗୁଡିଉଡା

ନଟେଇରେ ଶୁତା ଭିଡା

ଆଜି ମନେ ପଡେ ଭାରି -

ହେଲେ ମୁଁ ଦେଇଚି

ମୋ ପିଲାବେଳର ଠିକଣା ହଜେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract