STORYMIRROR

DEEPALI JENA

Tragedy

4  

DEEPALI JENA

Tragedy

କୋହ....

କୋହ....

1 min
14

ମୋ ନିଶ୍ଵାସ ର ଶେଷ ସମୟରେ 

ମୁଁ ଅନୁଭବ କରିବି -

ମୋ ମଥା ଉପରେ ତୁମ ଓଠର ସ୍ପର୍ଶ କୁ

ତୁମ ବାହୁ ବନ୍ଧନରେ ମୁଁ ଆହୁରି ଛନ୍ଦି ହେଇଯିବାକୁ

ପୁଣି ଥରେ ଇଛା ହଉଥିବ ଶହେ ଆୟୁଷ ପାଇବାପାଇଁ 

ସେଇ ଏନ୍ତୁଡି ଶାଳରୁ କୁଆଁ କୁଆଁ ରାବ ଦବା ପାଇଁ 

ଚୁଲି ପାଖେ ବସି ସରୁ ଚକୁଳି ଖାଇବା ପାଇଁ 

ଆଉ ଥରେ ପକ୍ଷୀ ଟିଏ ହେଇ

ତମ ସହ ଖୋଲା ଆକାଶରେ ଉଡିବା ପାଇଁ 

 ଆଖି ର ଦରଜା ବନ୍ଦ ହେଇ ଆସୁଥିବ

ଟିକିଏ ଆଲୁଅ ପାଇ ଦେଖିଦେବି ମୁଁ ଶତାବ୍ଦୀ ର 

ଶ୍ରେଷ୍ଠ ସିନେମା ଯାହା ମୁଁ କେଇ କ୍ଷଣରେ ଛାଡି ଚାଲିଯିବି

ଓଠ ଧାରେ ହସ ଆଖିଧାରେ ଟିକେ ଲୁହ ମିଶା ସମୟ ଥିବ

ମଶାଣୀ ଭୂଇଁ ମତେ ହାତ ଠାରି ଡାକୁଥିବ 

ଗାଁ ଦାଣ୍ଡରେ ଭିଡ ଜମୁଥିବ

ଖଇ କଉଡିର ଭାର ସଜାହବ

ତୁମ ଆଖିର ସେ ଶେଷ ଟୋପା ଲୁହରେ- 

ମୋ ଆୟୁଷ କଳସ ପୁରିଯିବ

ବାହୁଡିଯିବି ମୋ ଏନ୍ତୁଡି ଶାଳରୁ ମଶାଣି ଭୂଇଁକୁ

ପିଲାଦିନେ ମା ମୋର କେତେ ଗାଳି କରେ -

ସେ ଅଶୁଭ ଥାନ ପରା ଚହାନି ତାକୁ

ଆଜି ସେଇଠି ମୁଁ ସମାଧି ପାଇବି ଆଜୀବନ ପାଇଁ ......

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy