STORYMIRROR

DEEPALI JENA

Abstract Others

3  

DEEPALI JENA

Abstract Others

ଲୁଚକାଳି

ଲୁଚକାଳି

1 min
202

ମୁଁ ହଜିଥିଲି ଶବ୍ଦର ମାଳ ଭିତରେ

ଗୀତର ତାଳରେ, ନିଝୁମ୍ ବେଳାର ଜହ୍ନ ଆଲୁଅରେ

କିଏ ମତେ କବିତାରେ ଆଙ୍କୁଥିଲା 

ଆଉ କିଏ ରଖିଥିଲା ବେସୁରା ରାଗରେ

କିଏ ପୁଣି ଆଙ୍କି ଥିଲା ଚିକ୍ ମିକ୍ ତାରା ଜହ୍ନ ଆଲୁଅରେ

ମୁଁ ଲୁଚିଥିଲି ଚିତ୍ରକର କାଳିରେ, 

କାହା ପାଦ ଘୁଙ୍ଗୁର, ପୁଣି କାହା ଖୋସା ଗଜରାରେ

କିଏ ଆଙ୍କୁଥିଲା ଜହ୍ନର କଳଙ୍କ ପରି ତ

କିଏ ନାଇଥିଲା ରନ୍ଗାଳୟୟେ କାମିନୀ ଗଭାରେ

ଆଉ କିଏ ରୁଣୁଝୁଣୁ କରୁଥିଲା କୋଉ ଅଫେରା ବାଟରେ

ମୁଁ ଲୁଚିଥିଲି ମଉଳା ଫୁଲରେ, କାକର ଟୋପାରେ

ଆଉ କାହା ଓଠର ହସରେ,

କିଏ ସାଉଁଟିଲା ସେ ମଉଳା ଫୁଲକୁ ତ

କିଏ ଭିଜିଲା କାକର ଟୋପାରେ ଆଉ 

କିଏ ହସକୁ ରଖିଲା ତା ଆଖି କୋରଡରେ.. 

ମୁଁ ଲାଖିଥିଲି କାହା ଚିଠିର ଫର୍ଦରେ, 

କାହା ବେଣୀର ଫୁଲରେ, କାହା ମଥା ଟିକିଲିରେ

ରୂପଦେଲା କିଏ ମତେ ତା ଶବ୍ଦର ଛନ୍ଦରେ, 

ଶୁଖିଲା ଫୁଲଟେ ହେଇ ରହିଲି କାହା ଡାଏରୀ ଭିତରେ

ଆଉ କାହା ଖୁସିହେଇ ଝଟକିଲି

ତା ମଥା ସିନ୍ଦୂରରେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract