STORYMIRROR

BISWESWAR MAJHI

Abstract

4  

BISWESWAR MAJHI

Abstract

ଲୁହ

ଲୁହ

1 min
287


ଲୁହ ଠାରୁ ଆପଣାର କେହି ନାହିଁ:

ସୁଖ ଦୁଃଖ ଦୁଇ ସମୟର

କେତେ ଅନ୍ତରଂଗ ମୁହୁର୍ତ୍ତର।


ପିଠିର ମାଡ ହେଉ କି 

ଛାତି ତଳର ବେଦନା

ମୁଣ୍ଡ ବିନ୍ଧା ହେଉ ଅବା ଜ୍ୱର।


ସାଥୀ ହୁଏ ସିକ୍ତ କରି ଚିବୁକ 

ତେଣୁ ଲୁହ ମୋର ଭାରି ନିଜର

ହସଟା ବେଳେବେଳେ ମିଛ ସିନା

ଲୁହଟା କିନ୍ତୁ ନିଛକ ଅନ୍ତରର।


ଲୁହ ସିନା ଆଖୁରୁ ବାହାରେ

ଓଦାକରେ ନାକ ଛାତିଟା ବି ଧରେ

ଉପଶମ କରେ ଦୁଃଖ 

ଗଡି଼ଗଲେ ଜଳ ବୁନ୍ଦା ହୋଇ।


ବେଦନା ପାଏ ହୃଦୟ 

କେଉଁ ବିଧାତାର ବିଧାନ ନିଶ୍ଚୟ

ଆଖିରୁ ହିଁ ବହେ ଲୁହ।


କେଉଁଠି ଥାଏ ସେ ଦୁର୍ମୂଲ୍ୟ ରତ୍ନଟି

ଝରିଆସେ ହୋଇ ଝରଝର

ଓଦା କରେ ଗଣ୍ଡ ବାରବାର

ଲୁହ ମୋର ଏକାନ୍ତ ଆପଣାର।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract