STORYMIRROR

Mamatamanjari Das

Abstract

4  

Mamatamanjari Das

Abstract

ଜାଳ ବିଦ୍ରୋହର ବହ୍ନି

ଜାଳ ବିଦ୍ରୋହର ବହ୍ନି

1 min
352

କେତେଦିନ ଆଉ 

ଅଶ୍ରୁ ଗଡାଇ ତୁ' କାରା କୋଠରୀରେ

ନିଜକୁ କରିବୁ ବନ୍ଦୀ

ଏଠାରେ ତ କେହି ନ୍ୟାୟ ଦେବେନାହିଁ

ସଭିଙ୍କ ପାଖରେ କାପୁରୁଷ ପଣ

ନ୍ୟାୟ ଯାଇଛି ହଜି ।


କେତେଦିନ ଆଉ

ଅନ୍ୟ ଭୁଲ୍ ପାଇଁ

କରୁଥିବୁ ଆତ୍ମହତ୍ୟା

ନାରୀ ଟିଏ ତୁ'ଅପରାଧି ନୋହୁ

ତୋର ବି ଅଛି ନିଜସ୍ୱ ଏକ ସତ୍ତା ।


ପୋଛି ଦେ ଅଶ୍ରୁ

ଶଶକ୍ତ ହୁଅ ତୁ'

ହୋଇ ଯା ରାଣୀ ଲକ୍ଷ୍ମୀ ବାଇ

ନିଜର ଭାଗ୍ୟକୁ ନିଜେ ତୁ' ଲେଖେ

ସୁନ୍ଦର ଜୀବନକୁ ଯାଆ ତୁ'ଜୀଇ ।


ଇତିହାସ ସାକ୍ଷୀ

ବିରାଙ୍ଗନା ସେ ବୀର ରମଣୀ

କେବେ ଦେଇ ନଥିଲେ ପଛଘୁଞ୍ଚା

ଛୋଟ ପିଲାଟିକୁ କାନ୍ଧରେ ବାନ୍ଧି

ବୀର ଦର୍ପରେ କରିଥିଲେ ଶତୃର ସାମ୍ନା ।


କାହା ଦୋଷ ପାଇଁ

ଆତ୍ମହତ୍ୟା କରି

କରନି ତୁ' ଆଉ ପାପ

ଅଣ୍ଟା ସଳଖି ବିଦ୍ରୋହ କରତୁ

ଖୋଲିଦେ ସଭିଙ୍କ ମୁଖା ।


ତୁ'ଚାଲିଯିବୁ ଅଫେରା ପଥରେ

ଝୁରିହେବେ ନିଜ ଲୋକ

ଦୋଷୀଟି ବୁଲିବ ଖୋଲା ଆକାଶ ତଳେ

କେବେ ଖୋଲିବକି ତାର ମୁଖା

ଆତ୍ମହତ୍ୟାକୁ ପାଥେୟ ନକରି

ଥରେ ଖୋଲିଦେ ସଭିଙ୍କ ମୁଖା ।


ଧର୍ମ ଯୁଦ୍ଧରେ

ଶ୍ରୀକୃଷ୍ଣ କହିଲେ ଉଠ ଅର୍ଜୁନ

ନିଜ ହକ୍ ପାଇଁ ବିଦ୍ରୋହ କର

ନିଜକୁ ସୁରକ୍ଷା ଦିଅ

ଯୁଦ୍ଧ କରି ତୁମେ ପାପୀକୁ ସଂହାର

ନିଜ ଅଧିକାର ଛଡାଇ ନିଅ ।


ନାରୀଟିଏ ତୁମେ

ତୁମେ ସର୍ବସଂହା ତୁମେ ପରା ନାରାୟଣୀ

ମହାମାୟା ତୁମେ ସ୍ନେହସ୍ୱରୂପିଣୀ

ତୁମେ ବି ସୃଷ୍ଟି କାରିଣୀ

ବିଦ୍ରୋହର ବହ୍ନି ହୃଦୟରେ ଜାଳି

ନିଅ ସଂହାରୀଣୀ ରୂପ ।



Rate this content
Log in

Similar oriya poem from Abstract