STORYMIRROR

Samar Ballav Bhoi

Abstract

4  

Samar Ballav Bhoi

Abstract

ନଈ କୂଳ

ନଈ କୂଳ

1 min
648


ନଈ କୂଳ ନଦୀ ପଠା 

ଏକ ପ୍ରେମର ଠିକଣା

ଲୁଚି ଲୁଚି ଦେଖା ସାକ୍ଷାତ

ଶାନ୍ତି ନିର୍ମଳ ଚେହେରା

ପ୍ରେମିକ ପ୍ରେମିକା ଙ୍କ

ହୃଦୟକୁ କରିଥାଏ ଭରଣା

କାହା ପାଇଁ ସେ ଜୀବନ 

କାହା ପାଇଁ କେବେ କେବେ

ସାଜି ଥାଏ ଦୁଃଖ ର ଯନ୍ତ୍ରଣା।। 


ଗାଁ ପାଖ ଦେଇ ଯାଇଥିବା ନଈ 

କଳକଳ ନାଦେ ଗୁଣୁ ଗୁ୍ଣୁ ହୋଇ

ଗାଉଥାଏ କେତେ ଜୀବନର ଗୀତ

ତା'ର ଅପରୂପ ତାର ଶୋଭାରାଜି

ଅହରହ ବୋହି ଯାଉଥାଏ 

କେତେ କଥା କହି କହି

ପ୍ରେମ ର ବାର୍ତ୍ତା ନେଇ

ଚାଲି ଥାଏ ଅବିରତ

ଆଗକୁ ଆଗକୁ ସେହି।।


ଗାଁ ଶେଷ ମୁଣ୍ଡେ ନଈ ଥିଲେ ବୋହି

କୃଷକ ଭାଇନା ର ଲାଭ ମିଳଇ

ଚାଷବାସ ଫଳ ପନିପରିବା ସବୁ 

ଅସୁବିଧା ନଥାଏ ପାଣି ପାଇବା ପାଇଁ

ନାନା ପ୍ରକାରେ ଚାଷବାସ କରି

ପରିବାର ସଙ୍ଗେ ଆନନ୍ଦ ଲଭଇ।।

 

ବରଷା ଋତୁର ପ୍ରବେଶ ହୋଇଲେ

ନଈ ସବୁ କରେ କୂଳ ଲଙ୍ଘନ 

ଭୟଙ୍କର ରୂପ କରେ ଧାରଣ

ନଈ ପାଣି ଆସି ଗାଁ ଚାଷଜମି

କରିଦିଏ ପୁରଣ।।


ସେଇ ନଈ କୂଳ ଚାଷୀ ମାନଙ୍କର

ଅଟେ ପରମ ବନ୍ଧୁ

ସେଇଠି ଜୀବନ ସେଇଠି ଜୀବିକା

ବିଶ୍ବାସେ ମଣିଷ ପାରଇ ସିନ୍ଧୁ।।


କେଉଁଠି ସହର କେଉଁଠି ଗାଁ ମଝି 

ଦେଇ ନଈ ଯାଇଥାଏ ବୋହି

ସେ ସୁନ୍ଦର ସୁଶୋଭିତ କୂଳ କିନାରା

ପ୍ରାକୃତିକ ଗୁଣ ସବୁ ମଣିଷଙ୍କ ପାଇଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract