STORYMIRROR

Gayatri Singh

Abstract Inspirational Others

4  

Gayatri Singh

Abstract Inspirational Others

ପାର୍ବଣ

ପାର୍ବଣ

1 min
399


କରୋନା ରେ 

ନିଜ ପ୍ରିୟ ଜନ ଙ୍କୁ ହରାଇଥିବା 

ମଣିଷ କଣ ଜାଣେ ପାର୍ବଣ,

ପେଟ ଚାଖଣ୍ଡକ ପାଇଁ ବାର ଦୁଆର 

ତେର ପିଣ୍ଡା ହେଉଥିବା

ମଣିଷ ପାଇଁ ପାର୍ବଣ ର ମୂଲ୍ୟ କଣ

ପାଗଳୀ ଟିଏ କଣ ବୁଝେ 

ପାର୍ବଣ ର ଅର୍ଥ

ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା

ପରୀକ୍ଷାର୍ଥୀ ପାଇଁ ପାର୍ବଣ ର ମଜା କଣ

ସଦ୍ୟ ସ୍ୱାମୀ ହରାଇଥିବା 

ସ୍ତ୍ରୀ ର ଲୁହ କହିବ ପାର୍ବଣ ର ଅର୍ଥ,

ଗୃହବନ୍ଦୀ କରିବ ପାର୍ବଣ ର ମୂଲ୍ୟାୟନ

ଏ'ଠି ପାର୍ବଣ ଆସେ ଯାଏ

କାହା ଓଠରେ ହସ ତ

କାହା ଆଖିରେ ଲୁହ ଝରାଏ

ଏମିତି ଦୁଃଖ ସୁଖ ଭିତରେ 

ପାର୍ବଣ ଆସିଲେ,କାହିଁକି କେଜାଣି 

ମନଟା ଆନମନା ହୋଇଯାଏ ।



Rate this content
Log in

Similar oriya poem from Abstract