ଭିଜା ଭିଜା ଅପାସୋରା ଦିନ
ଭିଜା ଭିଜା ଅପାସୋରା ଦିନ
ମୌସୁମୀ ଛୁଇଁ ଗଲା ପରେ ପୃଥିବୀ କୁ
ଝରିପଡ଼େ ଶ୍ରାବଣ
ରିମଝିମ ବରଷାର ପ୍ରତିଟି ବିନ୍ଦୁରେ
ଭିଜୁଥିଲା ଦୁଇ ପ୍ରାଣ ।
ଦେହ ଭିଜୁଥିଲା ମନରେ ଲଗାଇ ନିଆଁ
ଆଖି ର ଇସାରା କହୁଥିଲା କିଛି
ଗଛ ଉହାଡ଼ ରେ ପ୍ରେମୀ ପକ୍ଷୀ ଦୁଇ
ଡେଣା ଝାଡ଼ି଼ି ଖାଉଥିଲେ ଦାନା ବାଛି ।
ଗୋଟେ ଛତା ତଳେ ତମେ ଆଉ ମୁଁ
ଭିଜୁଥିଲେ ଜାଣି ଜାଣି
ଘଡଘଡି ସାଥେ ବେଙ୍ଗ ରଡି ମିଶି
କମ୍ପି ଯାଉଛି ଧରଣୀ ।
ସ୍କୁଲ ଛୁଟି ହେଲେ ମନେ ପଡ଼ିଯାଏ
ସେଇ ଅପାସୋରା କଥା
ସ୍ମୃତି ସେଦିନର ମନେ ପଡି ଗଲେ
ହୃଦୟେ ଦିଅଇ ବ୍ୟଥା ।

