ଭିଜା ଶ୍ରାବଣ ବତୁରା ମନ
ଭିଜା ଶ୍ରାବଣ ବତୁରା ମନ
ଶ୍ରାବଣ ଛିଟା ରେ
ବତୁରି ଯାଇଥିବା ସେଇ
ଅମାନିଆ ମନ କୁ
ତୁମକୁ ଦେଇ ସାରିବା ପରେ
ଆଉ ଶ୍ରାବଣ ଭିଜାଉନି
ଭିଜୁଛି ଏବେ ବଦନାମ ର ବର୍ଷାରେ ।
ସ୍ଵପ୍ନଭିଜା ମନରେ ତମେ ଥରେ ଆସିଗଲେ
ବେକାବୁ ମନକୁ ଆହୁରି ମୁକୁଳିତ କରିଦିଏ
ପାଇବାକୁ ତୁମରି ସାନ୍ନିଧ୍ୟ ।
ସୁଉଚ୍ଚ ପାହାଡ ରେ ଘୁରି ବୁଲୁଥିବା
ସେଇ ମେଘକୁ ପଚାର ତାର ଠିକଣା
ସେ କି ପାରିବ କହି କା ' ଲାଗି ସେ ଆନମନା ।
ସାରା ସୃଷ୍ଟି ଯେପରି ଭିଜୁଛି, ମୁଁ ବି ଭିଜୁଛି
ଭିଜିବାରେ ନାହିଁ କିଛି କଟକଣା ।

