STORYMIRROR

Gayatri Singh

Classics Inspirational Others

3  

Gayatri Singh

Classics Inspirational Others

ବାହୁଡ଼ା ବ୍ରହ୍ମ

ବାହୁଡ଼ା ବ୍ରହ୍ମ

1 min
117


ଭକତ ଗହଳି ଲଗାଇ

ଭାଇ ଭଉଣୀ ଙ୍କୁ ସାଥିରେ ନେଇ

ବାହୁଡ଼ି ଯାଅ ହେ ବାହୁଡା ବ୍ରହ୍ମ

ଝୁରୁଛି ଭକତ ଝୁରେ ବଡଦାଣ୍ଡ

ହେ ଲୀଳାମୟ ପୁରୁଷୋତ୍ତମ ।

ଆଡ଼ପ ମଣ୍ଡପେ ବସି ମୁରୁକି ହସଇ

ଭିନ୍ନ ଭିନ୍ନ ରୂପେ ଦର୍ଶନ ଦେଇ

ଜନ୍ମବେଦୀ ରେ ଲୀଳାଖେଳା କରି

ଭାବ ଲଗାଇଛ ହେ ଭାବଗ୍ରାହୀ ।

ତୁଳସୀ ଚନ୍ଦନ ବାସେ ମହ ମହ

ସାରା ଜଗତ ତୁମ ଭକତି ରେ ମୋହ

ତୁମେ ଥିଲେ ପାଶେ ନାହିଁ କିଛି ଭୟ

ସମଗ୍ର ପରିବେଶ ଓଁ ନମଃ ଭଗବତେ ବାସୁଦେବାୟଃ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପଡିଛି ହୁରି

ବଡଦାଣ୍ଡେ ଭକତ ଙ୍କ ଭିଡ଼ ପଡେ ଉଛୁଳି

କର୍ଣ୍ଣ ନ ଥାଇ ଶୁଣ ଡାକ ଭକ୍ତ ର

ହେ ବିଶ୍ଵନିୟନ୍ତା ତୁମେ ଭକତି ଓ ବିଶ୍ୱାସ ର ।

ମାଉସୀ କୁ କଥା ଦେଇ ଆଜି ଯାଉଛି ଫେରି

ଆର ବରଷ କୁ ଆସିବି ପୁଣି ଗହଳି କରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics