STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

ସ୍ମୃତି ସ୍ମରଣୀକା

ସ୍ମୃତି ସ୍ମରଣୀକା

1 min
448


ସ୍ମୃତି ଆଜି ତୁମେ ମୁଠାଏ ପାଉଁଶ

ମନେ ସଞ୍ଜବେଳ ଛାଇ,

ଅଧୁରା ସପନ ପୁରା କରିବାକୁ

ଚିର ଦିନ ଗଲ କହି. 


ଦେଇଥିଲ ହାତ ଧରି ଚାଲିବାକୁ

ଦେଖାଇ କେତେ ଦିଗନ୍ତ,

ଭରିଥିବା ଆଶା ମନରେ ରହିଲା

ଦିନରେ ସ୍ୱପ୍ନ ଯେମନ୍ତ.


ଆସିଥିଲି ଯେବେ ଏ ଧରା ପୃଷ୍ଠକୁ

ସେ ଥିଲା ତୁମରି ଦାନ,

ଏବେ ମୁଁ ଖୋଜୁଛି କେମିତି ସରିବ

ବାକି ଥିବା ମୋର ଦିନ.


ମନର ସାହସ ଶରୀରର ବଳ

ଚାଲିବାରେ କିଛି ବାଟ,

ତୁମ ଆଶିଷରେ ସବୁ ମନୁ ଭୂଲି

ସାଜିଥିଲି ତୁମ ଚାଟ.


ଆଜି ମୋ ସାଥିରୁ ମିଛ ଦୁନିଆଁରୁ 

ତୁମେ ସିନା ଗଲ ଚାଲି, 

ପିତୃଋଣ ପିତା ଶବ୍ଦ ଉଚ୍ଚାରଣ 

ପାରିବିନି ମନୁ ଭୁଲି.


ମାଗୁଣି ଏତିକି ଯେଉଁଠାରେ ଥାଅ

ପୁଅକୁ ଦିଅ ଆଶିଷ,

ତୁମେ ଦେଇଥିବା ଆଲୋକର ପଥେ

ଚାଲିବା ହେଉ ମୋ ଶେଷ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics