STORYMIRROR

Prasanna Rana

Classics Others

4  

Prasanna Rana

Classics Others

ସମ୍ଭବାମି ଯୁଗେ ଯୁଗେ

ସମ୍ଭବାମି ଯୁଗେ ଯୁଗେ

2 mins
29


ମହାଭାରତ୍‌ ଯୁଧେଁ     ଅଠର ଦିନ୍‌ ମଧ୍ଯେଁ

    ଅନେଶତ୍‌ ପୁଓକେ ହାରି,

ଟାଏଟ୍‌ ଦେଇକରି     ମସରି ମସରି

    କାନ୍ଦୁଥିଲା ତ ଗାନ୍ଧାରୀ।

ବେଲ୍‌ ଉହୁରିଆ     କୁଷ୍ଟଁ ହେଲେ ଠିଆ

    ଗାନ୍ଧାରୀର୍‌ ବାଟ୍‌ମୁହେଁ ଆସି,

ନନାର୍‌ ଜେଠେନ୍‌ ବଲିଁ     ଆସିଛନ୍‌ ସଁକଲି

    କାଣା ବଲ୍‌ବେ ହେଲା ଫାସି।

କୁଷ୍ଟଁର୍‌ ଆଏବାର୍‌ ଜାନି     ଶକୁନିର୍‌ ନାନୀ

     ଅହିରୁଦନ୍‌ ହେଇ କାନ୍ଦେ,

ପୁଓ ପୁଓ ବଲିଁ     କେତେ ଭାଲି ଭାଲି

    ଚେତା ବୁଡ଼ିଗଲା ଛନ୍ଦେ।

ଯେତେ ଥିଲେ ଦାସି     ତୁର୍‌ତି ଧାଇଁ ଆସି

    ମୁହେଁ ଝିଟିଦେଲେ ପାଏନ୍‌,

କାନେ ତେଲ୍‌ ରୁକି     ଗୋଡ଼୍‌କେ ଦେଲେ ସେକି

    ରାନୀ ହେଇଗଲେ ଅଏନ୍‌।

ପଲଁଙ୍କ୍‌ ଖଟେଁ ବସି     ଗୁଟେ କେରେଁ ହସି

   କହେଲେ ରାନୀ ଗାନ୍ଧାରୀ,

"ପାସ୍‌କେ ଟିକେ ଆସ     କୁର୍‌ଚି ଉପ୍ରେଁ ବସ

    ନନ୍ଦର୍‌ ପୁଓ ବଁଏଶିଧାରୀ।

କାଣା ଅଉର୍‌ କହେମି     କାଁ ବଲିଁ କହେମି

    କାଣା ତୁଇଁ ନେଇଁ ଜାନି !

ଶହେ ପୁଓ ଥିଲେ     ଅନେଶତ୍‌ ଗଲେ

    ଗୁଟେ ଅଛେ ଇହାଛିନି।

ତୋର୍‌ ମାଁ ଦେବକୀ     ଜାନିଅଛେ ବାକି

    ପୁଓହାରିର୍‌ ଦୁଖ୍‌ କେତେ,

ମୁଇଁ ପୁଓହାରି     ହେଲିଁ ଏତେ ସରି

    ଦୁଖ୍‌ ଦେବୁ ଆରୁ କେତେ ?

ମୋର୍‌ ଆଖିର୍‌ ଲହ     କିଏ ପୁଛ୍‌ବା କହ

    ଆଖିଁ ତ ମୋର୍‌ ଟୁପର୍‌ ବନ୍ଧା,

ଆଖିର୍‌ ଲହ ଆଖିଁ      ଯାଉଅଛେ ଶୁଖି

    ମୁନୁଷ୍‌ ତ ମୋର୍‌ ଜନମ୍‌ ଅନ୍ଧା।

ଶାନ୍ତି ଦୂତର୍‌ ଉଧେଁ     ମହାଭାରତ୍‌ ଯୁଧେଁ

    ଶସ୍ତର୍‌ ସିନେ ନେଇଁ ଧରି,

ଯୁଦ୍ଧର୍‌ ନାକ୍‌ରସି     ଧରିଥିଲୁ କସି

    ସଥେଁ କହ ଚକର୍‌ଧାରୀ।

ଚାହିଁଥିଲେଁ ତୁଇଁ     ଯୁଧେଁ ଭାଇ ଭାଇ

    ହେତେ କାଏଁ ହନାକଟା ?

ପୁଓ, ଘଏତା ହାରିଁ     ବାଁଣି ହାତ୍‌ କରିଁ

    ବହମାନେ ହେଲେ ଠୁଟା।

>

କୋର୍‌ କପଟ୍‌ କରି     କୁରୁ ବଅଁଶ୍‌ ମାରି

    ସୁଖେଁ ଭୋଗ୍‌ କଲୁ ରାଏଜ୍‌,

ଧରି ପୁଓ, ନାତି     ଆରେ ଯଦୁପତି

    ଚକ୍ରବର୍ତ୍ତୀ ତୁଇଁ ଆଏଜ୍‌।

ମୁଇଁ ପୁଓଖାଇ     ନିଲଜ୍‌ମୁହିଁ ହେଇ

    ପଡ଼ିଛେଁ ନି ନେବାର୍‌ ଯମ୍‌,

ତୋର୍‌ ଚଲନ୍‌ ଇଟା     ଢୁଷିଁ ପୁଢ଼ାଖୁଟା

    ପୁଢ଼ା ଘା'ଥିଁ ଦେସୁ ମଲମ୍‌।

ହେଇ ଝାନିଝୁରି     ଥନ୍‌ଥନେଇ କରି

    ମୁହୁଁ କରି କାପ୍‌କାପ୍‌,

ଯାଆ ନନ୍ଦର୍‌ବଲା      ବେଲ୍‌ ଉଛୁର୍‌ ହେଲା

    ସାଙ୍ଗେଁ ନିଅ ଅଭିଶାପ୍‌।

ଛତିଶ୍‌ ବଛର୍‌ ପରେଁ     ଏରକାର୍‌ ଝାରେଁ

    ଖପିଯିବା ଯଦୁ ବଁଶ୍‌,

ପିଇ କାଦମ୍ବରୀ     ହେବେ ମରାମରି

    ତାଁକର୍‌ ତାଁକର୍‌ ହେବେ ଧଁସ୍‌।

ତୁମର୍‌ ରାଜ୍ୟର୍‌ ଶିରୀ     ଦ୍ୱାରକା ନଗରୀ

    ସମୁଦରେଁ ଯିବା ଧଁସି,

ଖନ୍ଦା କୁଲା ବୁହି     ନେଇଁ ପାରନ୍‌ କେହି

    ତୁମର୍‌ ଅଷ୍ଟପାଟବଂଶୀ।

ତୁମର୍‌ ଠାଟ୍‌ବାଟ୍‌     ତୁମର୍‌ ରାଜ୍‌ପାଟ୍‌

    ନେଇଁ ରହେ ଗୁଟେ କଟେଁ,

ପୁଓ, ନାତି ହାରିଁ     ଝାରେଁ ଯାଇକରିଁ

    ଶୁଇଥିବ ଲହପଟେଁ।

ତାକି ନାଇଁ ପାର     ଗୁଟେ ଲୁହାର୍‌ ଶର

    କେତେବେଲେଁ କେନୁଁ ଆସି,

ଭେଦି ତୁମର୍‌ ପାଦେଁ     ଜାଁକି ମହାନିଦେଁ

    ତୁମର୍‌ ଜୀବନ୍‌ ନେବା ଶୁଷି।"

ମୁଲୁର୍‌ ମୁଲୁର୍‌ ହସି     କୁଷ୍ଟଁ ଫିରିଆସି

    କହେଲେ,"ଗାନ୍ଧାରୀ ଧଏନ୍,

ଅଭିଶାପ୍‌ ଦେଇ     ଅଧା କାମ୍‌ ତୁଇଁ

    କରିଦେଲୁ କେଡ଼େ ଅଏନ୍‌।

ତୋର୍‌ ମୁହେଁ ମୁଇଁ     ମତେ ଶାପ୍ୟ ଦେଇ

    ଗଲିଙ୍ଗଲିଁ ଫୁର୍‌ଙ୍ଗୁଲେଁ,

ନଟିଆ ନାଗର     ନାଆଁ ପରେ ମୋର

    ସୃଷ୍ଟି ନାଚେ ମୋର୍‌ ଛଲେଁ।

ପୁଇନ୍‌‌ ଗଲେଁ ଛିଡ଼ି     ପାପ୍‌ ଗଲେଁ ବଢ଼ି

    ଧରମ୍‌ ଯେଭେଁ ତ୍ରାହି ମାଗେ,

ସାଧୁ ଉଦ୍ଧାର୍‌ ଲାଗିଁ     ପାପୀ ସଂହାର୍‌ ଲାଗିଁ

    ସମ୍ଭବାମି ଯୁଗେ ଯୁଗେ।"


Rate this content
Log in

Similar oriya poem from Classics