ହେ କଳାବାମନ
ହେ କଳାବାମନ
ରତ୍ନ ଭଣ୍ଡାର କିବା ହୋଇଲା ଶୂନ୍ଯ
ହେ କଳାବାମନ ହେ କଳାବାମନ
ହେ କଳାବାମନ ହେ କଳାବାମନ
ନନ୍ଦିଘୋଷକୁ ଛାଡ଼ି ଚଢ଼ି ମୋଟର ଗାଡ଼ି
ବୁଲିଲ ଗ୍ରାମ ଗ୍ରାମ ନଗରମାନ
ହେ କଳାବାମନ ହେ କଳାବାମନ ।
ଲକ୍ଷ୍ମୀ ସାଆନ୍ତାଣୀ କିବା କଲେକି ରୋଷ
ବାଉନ ଭଣ୍ଡାର କିବା ହୋଇଲା ଶେଷ
ବଡ଼ଦେଉଳ ଛାଡ଼ି ଭିକ୍ଷାଥାଳକୁ ଭିଡ଼ି
ଜଗତନାଥ ନାମ କଲ ମଳିନ
ହେ କଳାବାମନ ହେ କଳାବାମନ ।
ଷାଠିଏ ପଉଟି ଅନ୍ନ କରିଲେ ଭୋଗ
ବିଡ଼ିଆ ପାନରେ ତବ ବଡ଼ ସରାଗ
ବିଡ଼ିଆ ପା
ନ ପାଇଁ ଗୁଆ ମିଲିଲା ନାହିଁ
ମହତ ସାରିଦେଲା ବିଡ଼ିଆ ପାନ
ହେ କଳାବାମନ.ହେ କଳାବାମନ ।
ରଥଯାତରାରେ ମନ ନୋହିଲା ତୋଷ
ପଣ୍ଡା ପଡ଼ିହାରୀ କିବା କଲେକି ଦୋଷ
ଶିରୀ ମନ୍ଦିର ଛାଡ଼ି ନେତାଙ୍କୁ ଅଙ୍ଗେ ଭିଡ଼ି
"ନୂଆ-ଓ" ଦେଖିବାକୁ ବଳିଲା ମନ
ହେ କଳାବାମନ ହେ କଳାବାମନ ।