STORYMIRROR

Partha Sabar

Classics

4  

Partha Sabar

Classics

ଜାଗର ଜାଳିବି

ଜାଗର ଜାଳିବି

1 min
350


ଉପବାସ କରୁଅଛି ଭକ୍ତିର ଦୀପ ଜାଳିଛି

 ଜାଗର ଜାଳୁଛି ରହି ମୁଁ ଉଜାଗର

ତ୍ରିଶାଖା ବେଲ୍ଵ ପଲ୍ଲବ ପବିତ୍ର ଜାହ୍ନବୀ ଜଳ

  ଅରଖ ଦୁଦୁରା ଚମ୍ପା ଗୁନ୍ଥିଚି ମାଳା

    ପଞ୍ଚାକ୍ଷର ମନ୍ତ୍ର ଉଚ୍ଚାରି

ଢାଳିଦେବି ଭକ୍ତି ଜଳ ଶିରେ ତୁମରି।।


ସତ୍ୟ ଶିବ ତୁମ ରୂପ ଦର୍ଶନେ ହୋଇବି ତୃପ୍ତ

 କରିଛି ଦୃଢ଼ ସଂକଳ୍ପ କରିବି ପୂଜା

କରିବି ମୁଁ ଅନ୍ୱେଷଣ ହେବା ପାପ ପ୍ରକ୍ଷାଳନ

  ସାନିଧ୍ୟ ତୁମରି ପାଇ ଲଭିବି ଧନ୍ୟ

    ଭୋଳାନଥ ଭୋଳାଶଙ୍କର

ଦରଶନ ଦିଅ ପ୍ରଭୁ ହେ! ଉମାବର।।


କେମନ୍ତେ ପୂଜା କରିଲେ ଦର୍ଶନ ତୁମରି ମିଳେ

  କେଉଁ ଫୁଲ ଫଳ ଦେବି ପଦ ଯୁଗଳେ

କେହ୍ନେ ଅଛି ପାରିଜାତ ସ୍ଵର୍ଗର ସୁବର୍ଣ୍ଣ ପୁଷ୍ପ

  କେଉଁ ଉପାଦାନେ ପ୍ରଭୁ ହୁଅ ପ୍ରସନ୍ନ

     ତ୍ରିଲୋକ ନାଥ ତ୍ରିଲୋଚନ!

ଉନ୍ମୋଚନ କର ମୋର ସୁପ୍ତ ଚେତନ।।


ତୁମେ ମୋର କର୍ମଫଳ ତୁମେ ହିଁ ମୋ କର୍ମବଳ

  ତୁମେ ମୋର ଭାଗ୍ୟ ତୁମେ ହିଁ ଭାଗଫଳ

ଆହେ! ପ୍ରଭୁ ଆଶୁତୋଷ ଲୋଭ ମୋହ କ୍ରୋଧ ନାଶ

   ତୁମରି ସୃଷ୍ଟିରୁ ସ୍ବାମୀ ତାପ ବିନାଶ

      ନୀଳକଣ୍ଠ ହେ! ଗଙ୍ଗାଧର

  ଜଗତବାସୀଙ୍କ ମନୁ ଶୋକ ସଂହାର।।


ତୁମ ଦାନ ଏହି ପ୍ରାଣ ମାୟା ବନ୍ଧନେ ଆଚ୍ଛନ୍ନ

  ଆଶା ନିରାଶା ଅଶାନ୍ତି ଆବେଗ ପୂର୍ଣ୍ଣ

ଘୋର ଅନ୍ଧକାରଚ୍ଛନ୍ନ ଅବିଶ୍ବାସେ ଚିତ୍ତ ଲୀନ

   ଫେଡିଦିଅ ପାପପୂର୍ଣ୍ଣ ମନ ଚୈତନ୍ୟ

     ଶିବମୟ ହେଉ ଜଗତ

ଶୁଚିମନ୍ତ ହେଉ ପ୍ରତି ଜ୍ଞାନ ପ୍ରଦୀପ।।


ପ୍ରକୃତିର ଚାରୁ ଚିତ୍ର ଦେଖି ନପାରଇ ନେତ୍ର

   ଭୀମ ମରୁସମ ଲାଗେ ତୁମ ଭୂବନ

କାମନା ବାସନା ପୂର୍ଣ୍ଣ ବାହ୍ୟ ଅନ୍ଧକାରଚ୍ଛନ୍ନ

 ନିଦ୍ରାରେ ଜଡ଼ିତ ମୋର ସାରା ଜୀବନ

     ଶରୀର ଦୁର୍ବଳ ପରାଣ

ମାୟା ମୋହ ବନ୍ଧନରେ ମଗ୍ନ ମୋ ଜ୍ଞାନ ।।


ହୃଦ କପିଳାସେ ମୋର ବାସ କରିଛ ଶଙ୍କର

   ବହି ଯାଉଅଛି ପ୍ରେମ ପବିତ୍ର ଝର

ଦୟା କ୍ଷମା ଶାନ୍ତି ପ୍ରେମ ତୁମ ପ୍ରିୟ ସେବା ମାନ

  ଉଜାଗର ରହି କରେ ମୁଁ ସମାପନ

    କର୍ମ ହେଉ ମୋର ଧରମ

ଶକ୍ତି ଦିଅ ଶିବ ଶମ୍ଭୁ କରେ ଜଣାଣ।।


ତ୍ରିନେତ୍ର ତ୍ରିଶୂଳ ଧର ହେ! ପ୍ରଭୁ ଚନ୍ଦ୍ରଶେଖର

  ବିଶାଳାକ୍ଷ ଭୂତ ନାଥ ଡମ୍ବରୁଧର

ତୁମରି ଜାହ୍ନବୀ ଧାର ଜଗତେ ପ୍ରବାହ କର

  ଧୋଇ ଦେଉ ଜଗତର ପାପ କଳୁଷ

    ତୁମର ଏ' ସାରା ସଂସାର

ଶିବମୟ ହେଉ ନାଥ ବାଞ୍ଛା ମୋହର।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics