STORYMIRROR

LALIT MOHAN DASH

Abstract Classics

4  

LALIT MOHAN DASH

Abstract Classics

ମୁଁ

ମୁଁ

1 min
251

ମୋର ସତ୍ତା ସର୍ବବ୍ୟାପୀ,

ସବୁଜ ବନାନୀ ମାଳାରେ,

ଅଣୁ ପରମାଣୁର ସୂକ୍ଷ୍ମ ଇଲାକାରେ,

ଇଥର୍ ର ମହାସମୁଦ୍ରରେ,

ବିଶାଳ ଚୁମ୍ବକୀୟ ଚକ୍ରବଳୟରେ

ଅଲ୍ଟ୍ରାଭାଓଲେଟ୍ ରଶ୍ମିର ଆଲୋକ କୁଣ୍ଡଳୀରେ,

ଅବା ବ୍ଲାକ୍ ହୋଲ୍ ର ନିବୁଜ,ନିଶବ୍ଦ,

ନିଷିଦ୍ଧ ଅପହୁଞ୍ଝ କ୍ଷେତ୍ରରେ,

ଜୀବନର ଆରପାରିରେ ,

ଅଜଣା ଅଦୃଷ୍ଟ ଦୁନିଆରେ।


ମୁଁ ସାଗରର ନୀଳ ଜଳ ,ବର୍ଷାର ନିର୍ଝର

ମୁଁ ବସନ୍ତ, ପୂର୍ଣ୍ଣମୀର ଜହ୍ନ

ମଧ୍ୟାହ୍ନ ସୂର୍ଯ୍ୟର ବହ୍ନି ଶିଖା ମୁଁ

ଝରଣାର ଶୀତଳତା

ମଳୟ ପବନ।


ମୁଁ ଚିତ୍ରଟିଏ,ଚିତ୍ରକଳ୍ପଟିଏ ବି,

ସ୍ବପ୍ନଟିଏ,ଛଳ ଛଳ ଜୀବନ ମୁଁ ଆତ୍ମା

ମୁଁ ନଶ୍ଵର, ଅବିନାଶୀ, ସର୍ବବ୍ୟାପୀ ଶକ୍ତି।


ମୁଁ ବ୍ରହ୍ମା, ମୁଁ ବିଷ୍ତୁଁ, ମୁଁ ମହେଶ୍ୱର

ମୁଁ ଦୁର୍ଗା, ମୁଁ କାଳି, ସରସ୍ଵତୀ ଅଜର, ଅମର।


ମୁଁ ଶିକ୍ଷ୍ୟା,ମୁଁ ଦୀକ୍ଷା

ସ୍ନେହରେ ମୁଁ,ପ୍ରେମରେ ମୁଁ

ନିରବ ଆଖିର,ହୃଦୟର ଭାଷା ମୁଁ

କବିତା ମୁଁ , ଆଶା ମୁଁ।


ମୁଁ ରକ୍ଷାର କବଚ

ସ୍ୱପ୍ନର ସ୍ୱାକ୍ଷର ମୁଁ

ଆଶାର ସୂର୍ଯ୍ୟୋଦୟ ଆଉ

ଅସୀମ ଆକାଶ ମୁଁ।


ମହାଯୋଗି, ମହାଶକ୍ତି

ଜ୍ଞାନର ଆଧାର ମୁଁ

ପ୍ରଜ୍ଞାର ଆଲୋକବର୍ତ୍ତିକା

ତପୋସ୍ନିଗ୍ଧ ଶକ୍ତି ମୁଁ ||

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract