Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ଲଙ୍କା ଦହନ

ଲଙ୍କା ଦହନ

1 min
309


ବୀର ଇନ୍ଦ୍ରଜିତ ଧନୁର୍ଦ୍ଧର ସେତ ହନୁଙ୍କୁ କରି ବନ୍ଧନ

ରାଜ ଦରବାରେ ଉପସ୍ଥିତ କରେ ବିଚାର ପାଇଁ ରାଜନ

ଗର୍ବେ ଗର୍ବିତ ଯେ ଜୟ ଜୟ ମେଘନାଦ

କରନ୍ତି ସ୍ଵାଗତେ ବିଭୋର ଆନନ୍ଦେ ସ୍ଲୋଗାନରେ ଇନ୍ଦ୍ରଜିତ l


ଅସ୍ଥିର ମନରେ କଉତୁକ ଭରେ ଦେଖେ ହନୁ ସିଂହାସନ

ରାଜା ପାତ୍ର ମନ୍ତ୍ରୀ ପାରିଷଦ ଭର୍ତ୍ତି ଦରବାର ଦଶାନନ

ବିସ୍ମୟେ ହନୁ ଯେ କଳନା କରଇ ମନେ

ଦେବାପାଇଁ ଶିକ୍ଷା ସୁଯୋଗ ଅପେକ୍ଷା ବୁଦ୍ଧିବଳ ଜ୍ଞାନଗୁଣେ ।


ହନୁ ଅପରାଧ ଉଦ୍ୟାନ ବିଧ୍ୱସ୍ତ ମାରିଛି ବହୁ ଅସୁର 

ହନୁ ଲାଞ୍ଜେ ନିଆଁ ଦେଖିବ ଦୁନିଆଁ ଦଣ୍ଡ ମିଳେ ଭୟଙ୍କର

ଉତ୍ସାହେ ମାତି ଯେ ଗୁଡ଼ାଇ ବସ୍ତ୍ର ଲାଞ୍ଜରେ

କରନ୍ତି ବିଦ୍ରୁପ ଦେଖାନ୍ତି ପ୍ରକୋପ ଅସୁର ଲଙ୍କା ଦାଣ୍ଡରେ l


ଛିଣ୍ଡାଇ ଶିକୁଳି ହନୁ କ୍ଷିପ୍ରେ ଡେଇଁ ଶ୍ରୀରାମ ତୁଣ୍ଡରେ ଧରି 

ଘରେ ଘରେ ନିଆଁ ଜଳିଲା ଶ୍ରୀଲଙ୍କା ଅସହାୟ ହୋଇକରି 

ପବନ ବେଗେ ଯେ ଝଲସିଲା ଅଗ୍ନିବାଣ

ସୁବର୍ଣ୍ଣ ପ୍ରଦେଶ ହୋଇଗଲା ଧ୍ବଂସ ନିମିଷକ ମଧ୍ୟେ ଜାଣ l


Rate this content
Log in

Similar oriya poem from Classics