Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ମଣିଷ ସମୟର ଦାସ

ମଣିଷ ସମୟର ଦାସ

1 min
266



ସମୟର ତାଳେ ତାଳେ ଚଳଣି ବଦଳେ

ସମ୍ପର୍କ ଯେ ଭାଙ୍ଗେ ଗଢେ ମନ ବୁଦ୍ଧି ବଳେ l


ଜନ୍ମ ବେଳେ ଶିଶୁ ସଦା ସଭିଙ୍କର ପ୍ରିୟ

ହତାଦର ବୃଦ୍ଧ କାଳେ ସବୁଠି ଅପ୍ରିୟ l


ଯୌବନେ କାମନା ବାଣେ ଦିଶେ ଅନ୍ଧକାର

ଭଲ କଥା ଲାଗେ ପିତା ଚିନ୍ତା ବିରକ୍ତିର l


ଶିଶୁ ବଢ଼ି ହୁଏ ସିଏ ସୁପୁତ୍ର କାହାର

ଭାଇ,ବାପା, ମାମୁଁ, ଅଜା,ରୂପେ ଅବତାର l


ଅଭିନୟ କରୁ ସର୍ବେ ସ୍ରୋତେ ସମୟର 

ପ୍ରଗତି ଦୁର୍ଗତି ହୁଏ ସାକ୍ଷୀ ଯେ କାଳର l


ଭାଷା,ଜ୍ଞାନ,ପ୍ରଥା ଆମ ଉନ୍ନତି ପଥରେ

ଆଧୁନିକ ସ୍ପର୍ଶେ ତାହା ବଦଳେ ତତ୍ପରେ l


ଯଶ କିର୍ତ୍ତୀ ସଦା ରହେ ସମାଜେ ଅମର 

ସମ୍ମାନ ଦୁର୍ନାମ ମିଳେ ଫଳ ସମୟର l


ଶଗଡ଼ ରିକିସା ଟେମ୍ପୁ ରେଳଗାଡ଼ି କାର 

ବିମାନ ଆଜିର ଯାନ ସ୍ଥିତି ସମୟର l


ଚିଠି ଡାକ ସେବା ଆଜି ନାହିଁ ବ୍ୟବହାର 

ମୋବାଇଲି ଯୁଗ ଏବେ ଡାକ ସମୟର l


ସମୟର ଦାସ ସର୍ବେ ମନୁଷ୍ୟ ମାତର

ବଦଳେ ସମୟ ପୁଣି ବଦଳେ ନଜର l


Rate this content
Log in

Similar oriya poem from Classics