STORYMIRROR

Nrusingha Narayan Tripathy

Classics Inspirational

4  

Nrusingha Narayan Tripathy

Classics Inspirational

ଉଜାଗର ରହି ଜାଳିବି ଦୀପ

ଉଜାଗର ରହି ଜାଳିବି ଦୀପ

1 min
305


ମୋହ ମାୟା ସଂସାରରେ  ନିଜ ସ୍ଵାର୍ଥ ହାସଲରେ

କର୍ମ କାର୍ଯ୍ୟ କରୁ ଆମେ ପ୍ରଗତି ପଥେ

ଖାଦ୍ୟ ବାସ ଖୋଜିବାରେ ବ୍ୟତିବ୍ୟସ୍ତ ଜଞ୍ଜାଳରେ 

ସମୟ ଅଭାବ ଥାଏ ଜୀବନେ ସତେ

ଶିବେ ଧନ୍ୟବାଦ ଦେବାକୁ

ଉଜାଗର ରହି ସର୍ବେ ଜାଳୁ ଦୀପକୁ l


ଛାଡି ଖାଦ୍ୟ ପଣାପାଣି  ଶୁଦ୍ଧ ଚିନ୍ତା ମନେ ଆଣି

ଏକାଗ୍ର ଚିତ୍ତରେ ଜପୁ ନମଃ ଶିବାୟ

ଶିବ ନାମ ତୁଣ୍ଡେ ଧରି  ପବିତ୍ରତା ମନେ ଭରି

ବେଲପତ୍ର କ୍ଷୀର ଜଳେ ଭଜୁ ରୁଦ୍ରାୟ

ନାନା ପୁଷ୍ପ ଧୂପ ଦେଇଣ

ଆରଧନା କରୁ ଆମେ ଦୀପ ଜାଳିଣ l


ଆୟତ୍ତ କରି ଇନ୍ଦ୍ରିୟ ଲଗାମରେ ପଞ୍ଚେନ୍ଦ୍ରିୟ

ଶୟନ ସପନ ତ୍ୟାଗ ମନୁ ହଟାଇ 

ଈର୍ଷା ଦ୍ୱେଷ ପରିହରି ସାଧୁତାକୁ ନେଇକରି

ଅସତ୍ୟ ଅଧର୍ମ ଗୁଣ ସବୁ ମିଟାଇ

ଉଜାଗରେ ଦୀପ ଜାଳିଣ

ଶିବଙ୍କ ତ୍ୟାଗକୁ କରୁ ଅନୁ ସରଣ l


ଅଜ୍ଞାନ ରୂପକ ଅନ୍ଧାର ନାଶ ହେଉ କୁସଂସ୍କାର

ଜ୍ଞାନର ସଳିତା ଜଳୁ ସତ୍ୟ ବିଶ୍ୱାସ

ଦିବ୍ୟ ଜ୍ୟୋତି ଦିବ୍ୟଜ୍ଞାନ ଖୋଲୁ ତୃତୀୟ ନୟନ

ମିଥ୍ୟା ନିନ୍ଦା ବିଷ କଣ୍ଠୁ ହେଉ ବିନାଶ

ସତ୍ୟମ ଶିବମ ସୁନ୍ଦର

ପ୍ରତି ହୃଦେ ସଦା ରହୁ ଯେ ଉଜାଗର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics