Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

4  

Pratima Satpathy

Classics

ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ର

ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ର

1 min
250



ଉଣେଇଶି ଶହ ଛବିଶି ମସିହା 

   ଜାନୁଆରୀ ମାସ ଆଠ

ପୁରାଣ ପ୍ରସିଦ୍ଧ ଶଙ୍ଖ କ୍ଷେତ୍ରରେ ଯେ

    ସଭିଙ୍କ ମନ ଉଚ୍ଚାଟ ।


ଶ୍ରୀକ୍ଷେତ୍ର ପୁରୀରେ ରଘୁ ରାଜ ପୁର

    ଗ୍ରାମେ ହୋଇଥିଲ ଜନ୍ମ

ପିତା ଚିନ୍ତାମଣି, ମାତା ଲକ୍ଷ୍ମୀପ୍ରିୟା

   କୋଳକୁ କରି ମଣ୍ଡନ ।


କଳାର ଗ୍ରାମରେ ଜନ୍ମ ଗ୍ରହଣ ଯେ

    କଳାରେ ମନ ନିବେଶ 

ଛୋଟ ବେଳୁ ମନେ ପ୍ରଭାବ ପଡ଼ିଲା 

   ନୃତ୍ୟ ସଙ୍ଗୀତର ରାସ ।


ହେ କେଳୁ ଚରଣ ମହାପାତ୍ର ତୁମେ

   ଓଡିଶୀ ନୃତ୍ୟ ମାଷ୍ଟର

ସୁନ୍ଦର ଅଙ୍ଗ ଭଙ୍ଗୀରେ ମୋହିନିଅ

   ମନ ସବୁ ଲୋକଙ୍କର ।


ସଙ୍ଗୀତର ତାଳେ ତାଳେ ତୁମ ପାଦ

   ହୋଇଯାଏ ନୃତ୍ୟ ରତ

ଓଡ଼ିଶୀ ନୃତ୍ୟର ବିଶାରଦ ଭାବେ 

   ହୋଇଛ ବିଶ୍ୱ ବିଖ୍ୟାତ ।


ମାହାରୀ ନୃତ୍ୟ ଓ ଗୋଟିପୁଅ ନୃତ୍ୟେ

  କିଣୁଥିଲ ଜନ ମନ 

ଭଞ୍ଜ ସଙ୍ଗୀତ, ବନମାଳୀ , ଗୋପାଳ

    କୃଷ୍ଣ ଓ ରାଧା ମୋହନ ।


ମୋହିନୀ ବେଶରେ ନୃତ୍ୟର ଛନ୍ଦରେ

   ନେଉଥିଲ ମନ ମୋହି 

ଓଡିଶୀ ନୃତ୍ୟର, କାୟା ଯେ ବିସ୍ତାର

    ହୋଇଛି ତୁମରି ପାଇଁ ।


ନୃତ୍ୟ ଗୁରୁ ବୋଲି ତୁମ ନାମ ସଦା

   ରହିଥିବ ମହିତଳେ 

ତୁମ ପରି ଅସାଧାରଣ ପ୍ରତିଭା 

   ନାହିଁ ନୃତ୍ୟ ଜଗତରେ ।


ତୁମ ଠାରୁ ନୃତ୍ୟ ଶିକ୍ଷା କରି କେତେ

   ଛାତ୍ର ଛାତ୍ରୀ ଏ ଧରାରେ

ସୁନ୍ଦର ନୃତ୍ୟ କରି ପରିବେଷଣ

  ପୂଜା ପାଆନ୍ତି ବିଶ୍ୱରେ ।


ସଙ୍ଗୀତ ନାଟକ ଏକାଡେମୀ,ସଙ୍ଗେ     

    ପଦ୍ମଶ୍ରୀ ଉପାଧି ପୁଣି 

ଡକ୍ଟରେଟ୍ ,କାଳିଦାସ ସମ୍ମାନ ଓ

   ପଦ୍ମ ବିଭୂଷଣ ଜାଣି ।


କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସାଥେ

   ଶଙ୍କର ଦେବ ସମ୍ମାନ 

ହେ ପ୍ରଥିତ ଯୋଷା, ନୃତ୍ୟ ଗୁରୁ 

   ତୁମ ଚରଣେ କୋଟି ପ୍ରଣାମ ।


Rate this content
Log in

Similar oriya poem from Classics