Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ଶିବ ପ୍ରାର୍ଥନା

ଶିବ ପ୍ରାର୍ଥନା

1 min
217



ଓଁ ନମଃ ଶିବାୟ ଭଜ ଓଁ ନମଃ ଶିବାୟ

ସତ୍ୟ ଶିବ ସୁନ୍ଦର ହେ ନଗେନ୍ଦ୍ରହାରାୟ

ପ୍ରଭୁ କରୁଣା ସାଗର 

ଦୟାକର ଦୀନଜନେ ପୂଜୁଛୁ ପୟର

ପ୍ରଭୁ କରୁଣା ସାଗର l


ଦେଵ ଦେଵ ମହାଦେବ ହେ ଡ଼ମ୍ବୁ୍ରଧର 

ଜାଗ୍ରତ କରାଇ ଦିଅ କର୍ତ୍ତବ୍ୟ ମୋହର

ପଭୁ ସତ୍ୟ ସନାତନ 

ସତ୍ୟ ପଥେ ଧର୍ମ ପଥେ ସଦା ରହୁ ମନ

ପ୍ରଭୁ ସତ୍ୟ ସନାତନ l


ହଳାହଳ ମହାବିଷ କରିଲ ଭକ୍ଷଣ

ସଂସାର ରଖିଲ ଦେଵ ପାଇଁକି କଲ୍ୟାଣ

ପ୍ରଭୁ ଯେ ନୀଳକଣ୍ଠାୟ

ଜୀବନ ଉତ୍ସର୍ଗ ହେଉ ପରୋପକାରାୟ

ପ୍ରଭୁ ଯେ ନୀଳକଣ୍ଠାୟ l


ମସ୍ତକେ ଚନ୍ଦ୍ରମା ତୁମ ଶ୍ରୀ ଜଳ ଗଙ୍ଗାର

ସଦା ଶାନ୍ତ ତୁମେ ଦେଵ ଯେ ଭୂଧରା ଧର

ପ୍ରଭୁ ଯେ ରୂପ ଭାସ୍କର

ଶୀତଳ ସରଳ ସୌର୍ଯ୍ୟ ହେଉ ବ୍ୟବହାର

ପ୍ରଭୁଯେ ରୂପ ଭାସ୍କର l


ମହାଦେବ ହୋଇ ତୁମେ ଯେ ଶ୍ମଶାନ ପତି

ମହାତ୍ୟାଗୀ ତୁମେ ଶିବ ପାର୍ବତୀଙ୍କ ପତି

ପ୍ରଭୁ ଭସ୍ମାଙ୍ଗ ରାଗାୟ

ସ୍ୱାର୍ଥ ତ୍ୟାଗୀ କର ମୋତେ ହେ ମହେଶ୍ୱରାୟ

ପ୍ରଭୁ ଭସ୍ମାଙ୍ଗ ରା଼ଗାୟ l


ପଞ୍ଚାନନ ତ୍ରିଲୋଚନ ପ୍ରଭୁ ଜଟାଧାରୀ

ମହାତପୀ ମହାଜ୍ଞାନୀ ହେ ସଂହାର କାରୀ

ପ୍ରଭୁ ଦେଵ ଆଶୁତୋଷ 

ଅଜ୍ଞାନ ହଟାଅ ମୋର ଦେଇକି ଆଶିଷ

ପ୍ରଭୁ ଦେଵ ଆଶୁତୋଷ l


କି କହି ପୂଜିବି ନାଥ ଜ୍ଞାନ ନାହିଁ ମୋର

ତୋର ନାମ ତୁଣ୍ଡେ ଥାଉ ମାଗୁଣି ମୋହର

ପ୍ରଭୁ ଶିବ ସଦାଶିବ

ସଦ ଜ୍ଞାନ ଦିଅ ଭରି ମଙ୍ଗଳ ହୋଇବ

ପ୍ରଭୁ ଶିବ ସଦାଶିବ l


Rate this content
Log in

Similar oriya poem from Classics