STORYMIRROR

LALIT MOHAN DASH

Abstract Classics

4  

LALIT MOHAN DASH

Abstract Classics

ଶ୍ରୀପଦରେ ମାଗେ ମୁଁ ଶରଣ

ଶ୍ରୀପଦରେ ମାଗେ ମୁଁ ଶରଣ

1 min
265


ଦେଖିଲେ ସେ ଚକାଆଖି,

ମନ ରହିଯାଏ ଲାଖି,

କି କିମିଆଁ ଅଛି ସେ ଆଖିରେ?

ମୁଁ ତ ବୂଝି ପାରେ ନାହିଁ,

ଏତେ ମାୟା କାହିଁ ପାଇଁ ?

ମୋ ଆଖିରୁ ଲୁହଧାର ଝରେ ।୧)

ତୁଳସୀ, ଦୟଣା ବାସ,

ଚହଟାଏ ଚଉପାଶ,

ଫୁଲରେ ବି ଶରଧା ତାଙ୍କର,

ଝଟକେ ତାଙ୍କ କରୁଣା,

କେବେ କରନ୍ତିନି ଊଣା,

ସଭିଏଁ ତ ତାଙ୍କ ଆପଣାର ।୨)

ରଙ୍ଗ ଅଧରରେ ହସ,

ଅମଳିନ ପୀତବାସ,

କି ସୁନ୍ଦର ଶ୍ରୀମୁଖର ଶୋଭା,

ଅପୂର୍ବ ସେ ରୂପକାନ୍ତି

ମନରୁ ହରଇ ଭ୍ରାନ୍ତି

ସତରେ ସେ କେଡେ ମନଲୋଭା ।୩)

ସବୁରି ମାଲିକ, ଇଷ୍ଟ,

ଦାତାପଣିଆରେ ଶ୍ରେଷ୍ଠ,

ଅକାରଣେ କରନ୍ତି କରୁଣା,

ଅଶରଣରେ ଶରଣ,

ଦେଉଥାନ୍ତି ପ୍ରତିକ୍ଷଣ,

ସେ ମହିମା କାହାକୁ ବା ଜଣା ? ।୪)

ସେ ଯେ ଦୟାର ସାଗର,

ସାରା ସଂସାରରେ ସାର,

ସଭିଏଁ ତ ସନ୍ତାନ ତାଙ୍କର,

ହର୍ତ୍ତା, କର୍ତ୍ତା ସେ ବିଧାତା,

ଅଖଣ୍ଡ ସୈାଭାଗ୍ୟ ଦାତା,

ଶ୍ରୀଚରଣେ କୋଟି ନମସ୍କାର ।୫)

ଅଖିଳ ବ୍ରହ୍ମାଣ୍ଡନାଥ,

ପ୍ରଭୂ ଶ୍ରୀଜଗତନାଥ,

ତାଙ୍କ ବିନା ସବୁ ଅକାରଣ,

କୋଟି କଇବଲ୍ୟ ଦାତା,

ସଭିଙ୍କ ଭାଗ୍ୟ ବିଧାତା,

ଶ୍ରୀପଦରେ ମାଗେ ମୁଁ ଶରଣ ।୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract