STORYMIRROR

Pratima Satpathy

Classics

4  

Pratima Satpathy

Classics

କୁମାରୋତ୍ସବ.

କୁମାରୋତ୍ସବ.

1 min
233


କୁମାର ପୁନେଇଁ, ସାଙ୍ଗସାଥି ହୋଇ

   କୁମାରୀ ମାନେ କରିଥାନ୍ତି

ଉପବାସ ରହି, କଇଁ ଫୁଲ ଦେଇ 

   ଚଉଁରାମୂଳରେ ସଜାନ୍ତି

     ମା, ବୃନ୍ଦାବତୀ

ପାଶରେ ନୈବେଦ୍ୟ କରନ୍ତି

ଖଇ, ନଡ଼ିଆ, ଓ ତାଳଗଜା, ମଧୁ

    କଦଳୀରେ ଚାନ୍ଦ କରନ୍ତି.

ଝୋଟି ଚିତା, ଦେଇ, ମୁରୁଜ ପକାଇ

   ନୂଆ ବସନ ଦେଇକରି

ମା ବୃନ୍ଦାବତୀ ଙ୍କୁ, ପୂଜା କରିଥାନ୍ତି

    ଭକ୍ତି ଭାବନା ହୃଦେ ଧରି

        ଚାନ୍ଦ ବନ୍ଦାଇ

  ଜହ୍ନି ଫୁଲ ଆଞ୍ଜୁଳି ଦେଇ

ଚାନ୍ଦ ପୂଜାକରି, ଆନନ୍ଦ ମନରେ

    ଶଙ୍ଖ, ହୁଳହୁଳି ପକାଇ.

ବାଲିଘର କରି, ଚାନ୍ଦ ହସ୍ତେ ଧରି

   ପୋଖରୀରେ ନେଇ ଭସାନ୍ତି

ଗେଣ୍ଡା ଓ ଶାମୁକା ହସ୍ତରେ ଧରିଣ

    ଗୀତ ଗାଇ ଗାଇ ଆସନ୍ତି

       ସମସ୍ତେ ମିଶି

 ପୁଚିଖେଳ ନ୍ତି ହୋଇ ଖୁସି

ଫୁଲ ବଉଳ ବେଣୀ ଗୀତକୁ ଶୁଣି

    ଆକାଶେ ଚାନ୍ଦ ଉଠେ ହସି.

କୁମାର ପୂର୍ଣ୍ଣମୀ, ଦିନ ମହାଲକ୍ଷ୍ମୀ

   ମାଆ ଙ୍କର ପୂଜା ହୁଅଇ

ନାନା ପ୍ରକାରର, ସାଜସଜା ହୋଇ

   ବାଜା, ବାଣ, ଫୁଟା ହୁଅଇ

       ନିତି ନିୟମେ

  ପୂଜା ହୁଅଇ ନଗ୍ର ଗ୍ରାମେ.

ବାରମାସେ ତେର ଓଷା ବାର ସବୁ

   ପାଳନ କରୁଥାନ୍ତି ଆମେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics