STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ଘଟଗାଁ ତାରିଣୀ

ଘଟଗାଁ ତାରିଣୀ

1 min
372


ଘଟଗାଁ ର ରାଣୀ ମାଆଲୋ ତାରିଣୀ

କଲ୍ୟାଣ କାରିଣୀ ମାଗୋ ଦୁଃଖ ହାରିଣୀ

ତୁହି ଆଦିମାତା ତୁହି ଦୁର୍ଗାମାତା

ଜଗତ ଜନନୀ ମାତା ଶାନ୍ତି ରୂପିଣୀ l


ଶାଳ ବୃକ୍ଷ ବଣ କଲା ଆକର୍ଷଣ

ପାଷାଣ ରୂପକୁ ଧରି ରହିଲୁ ତୁହି

ଦେବୀ ଚତୁର୍ଭୁଜା ନାମେ ହେଲୁ ପୂଜା

ସନ୍ତାନ ବତ୍ସଳା ଦେବୀ ନାମକୁ ବହି l


ରାଜା ଗଜପତି ଦେଲେଯେ ସ୍ୱୀକୃତି

ଗୋବିନ୍ଦ ତୋଳିଲେ ପୀଠ ଶାଳ ବଣରେ

ସ୍ଥାନ ଘଟଗାଁ ର  ଜିଲ୍ଲା କେନ୍ଦୁଝର

ପ୍ରସିଦ୍ଧ ହୋଇଲା ତାହା ସାରା ଦେଶରେ l


ଚକର ଧାରିଣୀ ତ୍ରିଶୂଳ ଧାରିଣୀ

ଖଡ୍ଗକୁ ଧାରଣ କରୁ ତିନି ହସ୍ତରେ

ଏକ ହସ୍ତ ଶୂନ୍ୟ ରଖିଅଛୁ ଶୂନ୍ୟ

କୋଳେଇ ନେବାକୁ ଭକ୍ତ ପ୍ରେମ ଭକ୍ତିରେ l


ମନ୍ଦାର ମାଳିନୀ ବିଘ୍ନ ବିନାଶିନୀ

ଦୁର୍ଗତି ନାଶିନୀ ଦୁର୍ଗା ଦେବୀ ତାରିଣୀ

ଧରିଦେଲେ ନାମ  ପୂର୍ଣ୍ଣହୁଏ କାମ

ଅଭୟ ଦାୟିନୀ ମାଗୋ ମାତୃ ରୂପିଣୀ l


ଶୁଭା ଶୁଭ କର୍ମେ  ଆପଦ ବିପଦେ

ତୋ ନାମେ ଶ୍ରୀଫଳ ଯାଚି ସ୍ମରଣ କଲେ 

ବିଘ୍ନ ହୁଏ ଦୂର ହୁଅଇ ମଙ୍ଗଳ

ଆଶିଷ ଦିଅଇ ଦେବୀ ସର୍ବ ମଙ୍ଗଳେ l


Rate this content
Log in

Similar oriya poem from Classics