STORYMIRROR

Basanti Pattnaik

Classics Inspirational

4  

Basanti Pattnaik

Classics Inspirational

ସମୟ

ସମୟ

1 min
267

 ସମୟ ଟିକେ ଧୀରେ ଧୀରେ ଯାଆ

   ଧାଇଁ ପାରୁନି ତୋ ସାଥେ ଯମା।

  ତୋର ଗତିଟା ପ୍ରବଳ ପ୍ରଖର 

    ଥକି ଯାଉଛି ପାଦଟି ମୋର।

 ଜୀବନ ଗତି ତ ଦୁଇଟି ଦିଗ

    ସୁଖ ଦୁଃଖ ତ ଦୁଇଟି ପକ୍ଷ।

 ଜୀବନ ନ‌ଈ ଅଟେ ଟଳମଳ

     ପାପ ପୂଣ୍ୟର ହିସାବ ଖେଳ।

 କର୍ମ ତ ଯେପରି ସେପରି ଫଳ

     ଯାଅନି ଭୁଲି କରି ସଂସାର।

ସମୟ ଭିତରେ ଆମେ ଧାଉଁଛେ

     ଜୀବନ ଚିତ୍ର ନିଜେ ଆଙ୍କୁଛେ।

 ଜୀବନକୁ ନେଇ ବହୁ ଦର୍ଶନ 

      ବିଷାଦ ଘାରୁଛି ମୋର ମନ।

 ସମୟ ଦେଖାଏ ବିଚିତ୍ର ଖେଳ

     ନିଜ ହୋଇଯାଏ ପୁଣି ପର।

 ସମୟ ଖେଳରେ ହାରି ଯାଅନି

      ଉଦାସ ମନେ ବସି ଯାଅନି।

  ଜୀବନ ରାସ୍ତାରେ ଆଗକୁ ଚାଲ

      ଭଲ କର୍ମରେ ଭରସା ରଖ।


Rate this content
Log in

Similar oriya poem from Classics