STORYMIRROR

Basanti Pattnaik

Action Classics

3  

Basanti Pattnaik

Action Classics

"ଭାବରେ ଭଗବାନ"

"ଭାବରେ ଭଗବାନ"

1 min
134

ଜଗତର ନାଥ ଆହେ ଜଗନ୍ନାଥ

   ଆହା କି ସୁନ୍ଦର ଚକାନୟନ

ବାଙ୍କ ଚାହାଣୀ ତ କେଡ଼େ ମନୋହର

   ଝରୁଛି ସେଥିରୁ ଅମୃତ ଧାର।


 ରତ୍ନ ସିଂହାସନ ରେ ବସି ରହିଛ

    ଷୋଳ କଳା ରେ ହୋଇ ଭୂଷିତ

 ସୁଗନ୍ଧ ଚନ୍ଦନ କର୍ପୂର ଲେପନ

    ଆଖି ରେ ମାଖିଛ କଜଳ ଧାର।


 ଗଳାରେ ଲମ୍ବିଛି ତୁଳସୀ ର ମାଳ

   ଦିବ୍ୟ ଋପଧାରୀ ଚନ୍ଦ୍ର ବଦନ

ତୁମେ ଚକ୍ରଧର ପତିତପାବନ

    ନୀଳଚକ୍ରେ ଉଡ଼େ ତୁମ ବାନା ତ।


 ଚାରି ଧାମେ ପ୍ରଭୁ ତୁମେ ବିଦ୍ୟମାନ

    ବିଶ୍ଵ ବିହାରୀ ଆହେ ଜଗନ୍ନାଥ

 ବିଶ୍ଵକର୍ମା ତୁମେ ପୁରା ବ୍ରହ୍ମାଣ୍ଡର

    ଶନ୍ଖ ଚକ୍ର ଗଦା ପଦ୍ମ ଧାରୀଣ।


 ଷାଠିଏ ପ‌ଉଟି ଭୋଗ ଲାଗୁଥାଏ

    ଗୋଟା ନଡ଼ିଆ ରେ ଲୋଭୋ ତ ଥାଏ

 ତୁମେ ପ୍ରଭୁ ଅଟ କରୁଣା ସାଗର

    ଭକ୍ତ ଭାବରେ ବନ୍ଧା ତୁମ ମନ। ମାନବ ସମ ପ୍ରଭୁ କର ତ ଲିଳା

    ବିଚିତ୍ର ଅଟ‌ଇ ତୁମରି ଖେଳା

 ଆହେ ଜଗବନ୍ଧୁ ପ୍ରଭୁ ଦ‌ଇତାରି

   ଭକ୍ତ ‌ଭାବରେ ବନ୍ଧା ତୁମ ଡୋରି ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action