STORYMIRROR

Naliniprava Subudhi

Action

4  

Naliniprava Subudhi

Action

ଯାହାର ଯା ନାମ ଓଲଟା ତା, କାମ

ଯାହାର ଯା ନାମ ଓଲଟା ତା, କାମ

1 min
305


ପିତୃଦତ୍ତ ନାମ ଶ୍ରବଣ କୁମାର

  ମାତୃ,ପିତୃ ଦ୍ରୋହି ଅତି 

ପଦ୍ମ ଲୋଚନ ନାମଟି ଯାହାର

  ଚକ୍ଷୁରେ ନାହିଁତା ଜ୍ଯୋତି ।


ସୁଶିଳ,ସୁବୋଧ ନାମଟି ମଧୁର

  କାମଟି ନୁହଁଇ ସିଦ୍ଧ  

ବୁଢା,ବୁଢି ନାମ ସ୍ନେହରେ ଡାକନ୍ତି

  ସତରେ ନୁହଁନ୍ତି ବୃଦ୍ଧ ।


ଜାନକି,ସାବିତ୍ରୀ,ଦ୍ରୈପଦୀଓକୁନ୍ତି

   ଅତିଶୟ ଦୃଷ୍ଟ ମତି 

ଶାନ୍ତି ନୁହେଁ ଶାନ୍ତ ଅଶାନ୍ତି,ଅଶାନ୍ତ

   ସୀତା,ସତୀ ନୁହେଁ ସତି ।


ପଦ୍ମ ଚରଣ ଗୋଡଟା ଗୋଦର

  କର୍ଣ୍ଣ ନୁହଁଇଟି ଦାନି  

ଦୁ୍ର୍ଯୋଧନ ନାମ ବୁଦ୍ଧିଟା ଉତ୍ତମ

  କେବେ ନୁହଁ ଅଭିମାନୀ ।


ରାମ,କୃଷ୍ଣ,ହରି,ଗୁଣର ଅଇରି

  ଓଲଟା ତାଙ୍କର କାମ 

ମୃତ୍ଯୁଞ୍ଜୟ ନାମ ଅଳ୍ପାୟୁସ ସମ

  ଯୁବାକାଳେ ନେଲା ଯମ ।


ସୁଧିର ନୁହଁଇ ଧିର ଆଉ ନମ୍ର

  ଚାଲି ତାର ତରତର ।

ଶୁଶିଳା କନ୍ଯାର କଳିହୁଡି ଗୁଣ

  ସବୁଠାରେ ଫରଫର ।


ଧର୍ମପଦ ନାମ ଓଲଟା ତା କାମ

   ଶଙ୍କର ନୁହଁଇ ଭୋଳା 

ରାଧା ନୁହେଁ ସିଧା ଶୁଭ ଟା ଅଶୁଭ

  ଗୌରାଙ୍ଗ ଦିଶଇ କଳା ।


ଲକ୍ଷ୍ମୀଧର ଦାସ ଧନ ତାର ଶେଷ

   ପର ଘରେ ମାଗି ଖାଏ 

ବିଦ୍ଯାଧରଙ୍କର ବିଦ୍ଯାର ଭଣ୍ଡାର

  ମୂଳରୁ ପାଠ ନ ଥାଏ ।


ନାମେ ନାହିଁ କାମ ଯାହାର ଯା ନାମ

   ଓଲଟା ତାହାର କାମ 

ଓଲଟା କାମଟା ଦେଖିଦେଲେ ବାବୁ

   ମୁଣ୍ଡ ହୋଇଯାଏ ଭ୍ରମ ।


Rate this content
Log in

Similar oriya poem from Action