STORYMIRROR

Naliniprava Subudhi

Action

4  

Naliniprava Subudhi

Action

ନୂଆଖାଇ

ନୂଆଖାଇ

1 min
388


ଭାଦ୍ରବମାସର ଶୁକ୍ଳପଞ୍ଚମୀରେ

ନବାନ୍ନ ହୁଅଇ ଭୋଗ

ପଶ୍ଚିମ ଓଡିଶା ଚଳଚଞ୍ଚଳିତ

ତୁମପାଇଁ ରାଜଯୋଗ ।


କାହିଁ କେତେ ଦୂରେ ପ୍ରବାସରୁ ଫେରେ

ନୂଆଖାଇ ଭେଟ ପାଇଁ

କ୍ଷେତର ପ୍ରଥମ ଅମଣା,ନବାନ୍ନ

ଭୋଗ ଲାଗୁଥାଏ ଯହିଁ।


ଘର ପରିଷ୍କୃତ ଚିତ୍ରରେ ଶୋଭିତ

ଫୁଲ, ଫଳ ହୁଏ ଲୋଡା

କେତେ ପିଠାପଣା ରୁଚି ମନଜିଣା

ଇଷ୍ଟଦେବୀ ପାଇଁ ବଢ଼ା।


ଆସେ ନୂଆ ଧାନ ନୂତନ ବାସନ

ଲୋଡା ହୁଏ ନବବସ୍ତ୍ର

ସମଲେଶ୍ବରୀଙ୍କ ପୂଜାର ନିମିତ

ସର୍ବେ ହେଉଥାନ୍ତି ବ୍ଯସ୍ତ।


ଗୀତ, ନାଚ ହୁଏ ବନ୍ଧୁଭେଟ ହୁଏ

ଖୁସିର ଲହରୀ ଖେଳେ

ନୂଆଖାଇ ପର୍ବ ପାଳିଥାନ୍ତି ସର୍ବ

ଅତ୍ଯନ୍ତ ଆନନ୍ଦ ଭୋଳେ।


ଦୂର ପରବାସେ ରହିଥାନ୍ତି ଯଦି

ଏକାକାର ଏହିଦିନ

ଅନୁଜ ଗମନ ଅଗ୍ରଜ ସମ୍ମାନ

ଫେରିପାଏ ତା' କଲ୍ଯାଣ।


ସାନଭାଇ ପାଏ ବଡଭାଇଠାରୁ

ନୂଆଖାଇ ଆଶୀର୍ବାଦ

ଖୁସିର ମାହୋଲ ଆନନ୍ଦ ଉଲ୍ଲାସ

ନଥାଏ ମନରେ ଖେଦ।


ମା' ସମଲେଇ ସାହା ଏକା ତୁହି

ଓଡିଶା ବାସୀଙ୍କ ପାଇଁ

ବିପଦେ ଆପଦେ ସାହାହେବୁ ମାଲୋ

ପ୍ରଣିପାତ କରେ ମୁହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action