ପୁଣ୍ୟ ଉତ୍କଳ ଭୂମି
ପୁଣ୍ୟ ଉତ୍କଳ ଭୂମି
ପୁଣ୍ୟ ଉତ୍କଳ ଭୂମି ଗଉରବ ଗାଥା ଗାଏ
ଯାର ପାଣି ପବନେ ପ୍ରାଣ ସଂଚରି ଯାଏ ।
ଉତ୍କଳୀୟ କୀର୍ତ୍ତିରାଜି ଦୃଶ୍ୟ ପ୍ରତି କ୍ଷେତ୍ରେ
ଧନ୍ୟ ଉତ୍କଳ ମାଟି ମହକ ହୃଦୟ ଜାଗ୍ରତେ ।
ପୁରାତନ ଉଡ୍ରଦେଶ ସଂସ୍କୃତି କଳା ପରମ୍ପରା
ପିଢ଼ି ପରେ ପିଢ଼ି ବଢ଼େ ବାର୍ତ୍ତା ଯେ ନିଆରା ।
ପ୍ରାକୃତିକ ସୌନ୍ଦର୍ଯ୍ୟ ଭାସ୍କର୍ଯ୍ୟ କଳାର ଚାତୁରି
ଦର୍ଶନ ମାତ୍ରକେ ପ୍ରାଣ ଧନ୍ୟ ହେଉଥାଏ ଝୁରି।
ନୀଳାଚଳେ ବିଜେ ପାନ୍ତି ଚତୁର୍ଦ୍ଧା ମୂରତ୍ତି
ଓଡ଼ିଶାର କୋଟି ପ୍ରାଣ ନିତି କରଇ ପ୍ରଣତୀ ।
ବଡ଼ଦାଣ୍ଡ ବଡନେତ ବଡଖିଆ ସେ କାଳିଆ
ଭାଇ ଭଉଣୀ ସଙ୍ଗତେ ବଡ଼ଯାତ ରଥେ ଠିଆ ।
ବିଶ୍ଵ ଦରବାରେ ନାମ ଅନନ୍ୟ କୋଣାରକ
ସୂର୍ଯ୍ୟ ସମ ଆଭା ଯାର ଉତ୍କଳେ ରଖିଲେ ଟେକ ।
ମାନବ ବିଶ୍ୱାସେ ଗଢା କାହିଁରେ କେତେ ମନ୍ଦିର
ମନ୍ଦିର ଶୈଳୀ ତହିଁ ନାନା ଭାବେ ଚମତ୍କାର ।
ବାରମାସେ ତେର ପର୍ବ ସଭିଏଁ ପାଳନ୍ତି ମିଶି
ଗଞ୍ଜାମ ପିତ୍ତଳ ମାଛ କଟକର ତାରକସି ।
ରଜ, ରାକ୍ଷୀ ପୂର୍ଣ୍ଣିମା ,ଦଶହରା ଦୋଳ ସାର
ମନରେ ସୈାହାର୍ଦ୍ୟ ଭରି ପାଳନ୍ତି ସମସ୍ତ ନର ।
ମହାନଦୀ ଦୁଇ ଧାରେ ଜନ ବସତିର ମୋହେ
ଓଡ଼ିଶା ଶସ୍ୟଶ୍ୟାମଳ ସୌନ୍ଦର୍ଯ୍ୟ ଯେ ଶୋହେ ।