STORYMIRROR

Sambit Srikumar

Action Classics Inspirational

4  

Sambit Srikumar

Action Classics Inspirational

ପାଇକ ପୁଅ

ପାଇକ ପୁଅ

1 min
517

ହେ ବୀର ପୁଙ୍ଗଵ ପାଇକ ପୁଅ!

ତୁମ ଲାଲ୍ ଟହ ଟହ ଉଷ୍ମତା ଭରା ତାଜା ଲହୁରେ

ସିଞ୍ଚତ ଏଇ ତପୋଭୂମିର ଅତୁଲ୍ୟ ପବିତ୍ରତା

ତୁମର ଅକାତର ଆତ୍ମ ବଳିଦାନର ପ୍ରତିବଦଳରେ

ସଞ୍ଚିତ ଏଇ ମାଟିର ଅମୂଲ୍ୟ ସ୍ୱାୟତ୍ତତା ।

ଏଇ ମାଟିର ଇତିହାସ ଅଛି ଦୃଢ଼ତାରେ ମୁକସାକ୍ଷୀ

ଯେତେ ଦିନ ଯାଏଁ ଗର୍ଜି ଥିଲା ତୁମ୍ଭର ଶାଣିତ ଖଡ୍ଗ

ସଗୌରବେ ଜୀଇଁଥିଲା ଏଇ ଜାତିର ସ୍ବାଧୀନ ସୂର୍ଯ୍ୟ

ଶୁଭୁଥିଲା ଚତୁର୍ଦ୍ଦିଗେ ଜାତିର ଗାରିମାମୟ ତୁର୍ଯ୍ଯ ।

ବାହ୍ୟ ଶତ୍ରୁ ଯେତେ ଏ ମାଟିର ଲଭିଛନ୍ତି ପରାଭବ

ଯୁଗରୁ ଯୁଗାନ୍ତର ସଭିଏଁ ତୁମ୍ଭ ପ୍ରଶଂସାରେ ଶତମୁଖ

ସମଗ୍ର ମହୀରେ ଅତୁଳନୀୟ ତୁମ୍ଭ ଅଦମ୍ୟ ପରାକ୍ରମ

ରଖିଅଛ ସଦାସର୍ବଦା ଟେକ ମାଟି ମାଆର ସୁନାମ ।

ଆଗଙ୍ଗା-ଗୋଦାବରୀ ତୁମ୍ଭର ଅଖଣ୍ଡ ଆଧିପତ୍ୟ

କଳିଙ୍ଗ ଯୁଦ୍ଧରୁ କାଞ୍ଚି ଅଭିଯାନର ଦୁଷ୍କର ଯାତ୍ରାପଥ

ଜନଶ୍ରୁତିରେ କେତେ କଥା କିମ୍ବଦନ୍ତୀ କେତେ ଗାଥା

ଗାଏ ତୁମ୍ଭ ବିରଳ ଅନନ୍ଯ ବିରତ୍ବର ପରାକାଷ୍ଠା ।

ଦେଇ ରଣ ହୁଙ୍କାର ଲଢିଥିଲ କରି ଟାଣ ପଣ

ଯେବେ ଚିନ୍ତିବି ନଥିଲେ ଏଇ ଦେଶରେ କେହି ଜଣେ

କରିବାକୁ ଫିରଙ୍ଗି ବିରୋଧରେ ସ୍ୱର ଉତ୍ତୋଳନ

ଭାରତବର୍ଷର ବିଦିତ ପ୍ରଥମ ସ୍ବାଧୀନତା ସଂଗ୍ରାମ ।

ବକ୍ସିଜଗବନ୍ଧୁ - ଜୟୀରାଜଗୁରୁ - ପିଣ୍ଡିକି ବାହୁବଳେନ୍ଦ୍ର

ତାପଙ୍ଗ ଦଳବେହେରା - କୃତିବାସ ପାଟ୍ଟଶାଣୀ

ମାଧବ ଚନ୍ଦ୍ର ରାଉତରାୟ - ମହାରାଜ ମୁକୁନ୍ଦ ଦେବ

ଚିର ନମସ୍ଯ ଚିର ବନ୍ଦିତ ବରପୁତ୍ର ଏଜାତିର ।

ଆପଣା ଶୋଣିତେ ଗଢି ତୋଳିଥିଲେ ଆନ୍ଦୋଳନ

ସାରା ଭାରତବର୍ଷରେ ସୃଷ୍ଟି ହୋଇଥିଲା ଆଲୋଡ଼ନ

ତୁମ୍ଭେ ଏଜାତିର ଅସ୍ତିତ୍ବ ଅସ୍ମିତା ଗୌରବ ସ୍ବାଭିମାନ

ତୁମ୍ଭ ଚରଣ କମଳେ କୃତଜ୍ଞ ଜାତିର ଶତ ଶତ ନମନ ।।


Rate this content
Log in

Similar oriya poem from Action