STORYMIRROR

Naliniprava Subudhi

Tragedy

3  

Naliniprava Subudhi

Tragedy

ଶବରୀର ପ୍ରତିକ୍ଷା

ଶବରୀର ପ୍ରତିକ୍ଷା

1 min
200


ଆସ ପ୍ରଭୁ ରାମ ବାରେ ମନସ୍କାମ

ପୂରଣ କର ମୋହର। 

ଅପେକ୍ଷାର ଅନ୍ତ କର ସୀତାକାନ୍ତ

ମୁଁ,ଅଟେ ଶବରୀ ଛାର । 


ତୁମ ଚଲାପଥେ ବିଛାଇଛି ଫୁଲ

କଅଁଳ ସୁବାସ ଅତି। 

ରାତ୍ରି କଟିଗଲେ ସଜଫୁଲ ଆଣି

ସଜାଏ ମୁଁ ନିତି ନିତି। 


ହେ ପଙ୍କଜ ନେତ୍ର ମନ ମୋ ଆହତ

ସଜ୍ଜଳନେତ୍ରେ ଚାହିଁଛି।

ସୁମଧୁର କୋଳି ବନସ୍ତ ରୁ ତୋଳି

ଚାଖି ଚାଖି ରଖିଅଛି। 


ମୁଁ ନୁହେଁ ଦେବକି ମୁଁ ନୁହେଁ ଯଶୋଦା

ସ୍ନେହେ କି ପାରିବି ବାନ୍ଧି। 

ମୁଁ ଛାର ଶବରୀ ମନେ ଭକ୍ତି ଭରି

ଚାହିଁଛି ହେ ଦୟାନିଧି। 


ଆସ ଆସ ଥରେ ମୋର ଏ କୁଟୀରେ

ପକାଅ ପଙ୍କଜ ପାଦ। 

ଜନ୍ମ ଜନ୍ମାନ୍ତର ପାପକ୍ଷୟ ଯାଉ

କ୍ଷମିବ ରାଧା ଗୋବିନ୍ଦ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy