ତୁମ ପ୍ରତିଛବି
ତୁମ ପ୍ରତିଛବି
ତୁମ ପ୍ରତିଛବି ଦେଖୁଛି ସବୁଠି
ଶାନ୍ତ ପ୍ରକୃତି କୋଳରେ
ଝଡ଼ ବରଷାରେ ପବନ ବେଗରେ
ଅବା ମନ୍ଦିର ଛାତିରେ।
ମନରେ ଟିକିଏ ଶାନ୍ତି ପାଇବାକୁ
କେ କେତେ କରେ ସାଧନା
ପୁଜାଫୁଲ ଧରି ତୁମକୁ ସୁମରି
ଚାହେଁ ନୀଳଚକ୍ର ବାନା।
କେ ଭ୍ରମନ୍ତି ତୀର୍ଥ କେ ଗଢେ ମନ୍ଦିର
ଦାନ ଧର୍ମ ପୁଣ୍ୟ କରି
ସାରା ଜୀବନକୁ ବିତାଇ ଦିଅନ୍ତି
ମୋକ୍ଷ ପାଇଁ ଖୋଜେ ହରି।
ଖୋଜୁଛି ତୁମକୁ ନିତି ଆହେ ନାଥ
ହୃଦୟ ମନ୍ଦିରେ ମୋର
ସତ୍ୟ ଅହିଂସା କୁ ପାଥେୟ କରିଣ
ନ ଭାବି ଆପଣା ପର।
ତୋର ଚକା ଆଖି ଜଗତ ଦେଖୁଛି
ସ୍ନାନ ମଣ୍ଡପରେ ଆଜି
ଗଜାନନ ବେଶ ସୁନ୍ଦର ଦିଶଇ
ଭକତେ ଯାଆନ୍ତି ମଜି।
