STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ତୁମ ପ୍ରତିଛବି

ତୁମ ପ୍ରତିଛବି

1 min
297


ତୁମ ପ୍ରତିଛବି ଦେଖୁଛି ସବୁଠି

      ଶାନ୍ତ ପ୍ରକୃତି କୋଳରେ

ଝଡ଼ ବରଷାରେ ପବନ ବେଗରେ

      ଅବା ମନ୍ଦିର ଛାତିରେ।

ମନରେ ଟିକିଏ ଶାନ୍ତି ପାଇବାକୁ

      କେ କେତେ କରେ ସାଧନା

ପୁଜାଫୁଲ ଧରି ତୁମକୁ ସୁମରି

       ଚାହେଁ ନୀଳଚକ୍ର ବାନା।

କେ ଭ୍ରମନ୍ତି ତୀର୍ଥ କେ ଗଢେ ମନ୍ଦିର

       ଦାନ ଧର୍ମ ପୁଣ୍ୟ କରି

ସାରା ଜୀବନକୁ ବିତାଇ ଦିଅନ୍ତି

       ମୋକ୍ଷ ପାଇଁ ଖୋଜେ ହରି।

ଖୋଜୁଛି ତୁମକୁ ନିତି ଆହେ ନାଥ

       ହୃଦୟ ମନ୍ଦିରେ ମୋର

ସତ୍ୟ ଅହିଂସା କୁ ପାଥେୟ କରିଣ

       ନ ଭାବି ଆପଣା ପର।

ତୋର ଚକା ଆଖି ଜଗତ ଦେଖୁଛି

       ସ୍ନାନ ମଣ୍ଡପରେ ଆଜି

ଗଜାନନ ବେଶ ସୁନ୍ଦର ଦିଶଇ

      ଭକତେ ଯାଆନ୍ତି ମଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action