କର୍ମରେ ବିଶ୍ୱାସ
କର୍ମରେ ବିଶ୍ୱାସ
କର୍ମରେ ବିଶ୍ୱାସ ରଖିବୁରେ ମନ ନିଜର କର୍ତ୍ତବ୍ୟ ମଣି କର୍ମ ମଧ୍ୟେ ତୁହି କାଳିଆ ଚିନ୍ତି ଲେ ଭକତରେ ହେବୁ ଗଣି। ସେ କଳା ଠାକୁର କର୍ମ ଜାଣି ଫଳ ଭୁଞ୍ଜାନ୍ତି ସର୍ବ ପ୍ରାଣୀଙ୍କୁ କର୍ମ କରି ପୁଣ୍ୟ ଅରଜନ କର ଲଭ ତା ଆଶିର୍ବାଦକୁ। ବିଶ୍ୱାସରେ ଦିନେ ବିଚରା ଶିଳ୍ପୀ ଟି ଅଧା ଗଢା ଛବି ଗଢି ଦାରୁବ୍ରହ୍ମ ହୋଇ ନୀଳାଚଳ ଧାମେ ପୂଜା ବିଧି ଯାଏ ବଢି। ଭକତ ବିଶ୍ୱାସେ ଗଡେ ନନ୍ଦିଘୋଷ ଗଡ଼ଇ ଦେବ ଦଳନ ଗଡ଼େ ତାଳଧ୍ଵଜ ଆହାକି ଆନନ୍ଦେ ରଥେ ବିଜେ ସୁଦର୍ଶନ। କରମ ଫଳରେ ଦୁର୍ଦ୍ଦିନ ହଟିବ ରଖ ତା ପଦରେ ଧ୍ୟାନ ସେହି ଦେବେ ଶାନ୍ତି ଅସୀମ ଶକତି ବିଶ୍ଵାସର ଭଗବାନ।
